ପଞ୍ଜୁରିରେ ମଣିଷ

ସାଧାରଣତଃ ପଞ୍ଜୁରିରେ ଶୁଆ, ଶାରୀ ଅଥବା କୌଣସି ପୋଷା ଜୀବଜନ୍ତୁଙ୍କୁ ରଖାଯାଇଥାଏ। ମାତ୍ର ପଞ୍ଜୁରୀରେ ମଣିଷ ରହୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ହଂକଂରେ ଏପରି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା ପଞ୍ଜୁରିରେ ରହିଥା’ନ୍ତି। କିନ୍ତୁ ଏହା ମଧ୍ୟ ଲୋକଙ୍କୁ ମିଳିବା କଷ୍ଟକର ହୋଇଥାଏ। ଏଥିପାଇଁ ଲୋକଙ୍କୁ ପଇସା ଦେବାକୁ ବି ପଡ଼ିଥାଏ। କୁହାଯାଏ, ଗୋଟିଏ ପଞ୍ଜୁରିର ଦାମ୍‌ ୧୧ ହଜାର ଟଙ୍କା। ଏହା ପୁଣି ଭଙ୍ଗା ଦଦରା ବା ପୁରୁଣା ଘରେ ଲଟକା ଯାଇଛି। ଗୋଟିଏ ପଞ୍ଜୁରି ଭିତରେ ପ୍ରାୟ ୧୦୦ ଲୋକ ରହିଥାନ୍ତି। ଗୋଟିଏ ଆପାର୍ଟମେଣ୍ଟରେ ଦୁଇଟି ମାତ୍ର ଟଏଲେଟ୍‌ ରହିଛି। ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପଞ୍ଜୁରିର ଆକାର ନିର୍ଦ୍ଦିଷ୍ଟ ହୋଇଥାଏ। ପଞ୍ଜୁରିରେ ବିଛାଇବା ପାଇଁ ଆସନ ବ୍ୟବହାର କରାଯାଇଥାଏ। ସୋସାଇଟ୍‌ ଫର୍‌ କମ୍ୟୁନିଟି ଅର୍ଗାନାଇଜେଶନ ଅନୁଯାୟୀ, ହଂକଂରେ ପଞ୍ଜୁରି ଭିତରେ ୧ ଲକ୍ଷ ଲୋକ ରହୁଛନ୍ତି। ଯେଉଁମାନେ ଦାମୀ ଘର କିଣିବାକୁ ସକ୍ଷମ ନୁହନ୍ତି, ସେମାନେ ଏପରି ଘରେ ରହିଥା’ନ୍ତି। କହିବାକୁ ଗଲେ ଗରିବ ଲୋକମାନେ ହିଁ ଏପରି ପଞ୍ଜୁରିରେ ରହିବାକୁ ପସନ୍ଦ କରିଥା’ନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ