ଯେଉଁଠି ଏକ ଘଣ୍ଟାରେ ମାରେ ହଜାରେ ଥର ବିଜୁଳି

ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ଆଜି ଯାଏଁ ପାଇନାହାନ୍ତି। ସେହି ଘଟଣାବଳୀ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ ବିଜୁଳି ମାରିବା। ସାଧାରଣତଃ ଆକାଶରେ ଗୋଟିଏ ସ୍ଥାନରେ ବିଜୁଳି ଗୋଟିଏ ଥରରୁ ଅଧିକ ମାରି ନ ଥାଏ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ଭେନିଜୁଏଲାରେ ୧ ଘଣ୍ଟାରେ ହଜାରେ ଥର ବିଜୁଳି ମାରିଥାଏ। ଏହି ରହସ୍ୟକୁ ‘ବିକ୍‌ନୀ ଅଫ୍‌ ମୈରାକାଇବୋ’ କୁହାଯାଏ। ଆଉ କିଛି ନାମରେ ମଧ୍ୟ ଏହି ସ୍ଥାନ ଜଣାଶୁଣା। ଯେପରିକି, କାଟାଟୁମ୍ବୋ ଲାଇଟିନିଙ୍ଗ୍‌, ଇଭର ଲାଷ୍ଟିଂ ଷ୍ଟର୍ମ, ଡ୍ରୈମେଟିକ୍‌ ରୋଲ୍‌ ଅଫ୍‌ ଥଣ୍ଡର ଇତ୍ୟାଦି। ଏକ ରିପୋର୍ଟ ଅନୁଯାୟୀ, ଭେନିଜୁଏଲାର କାଟାଟୁମ୍ବୋ ନଦୀ ଯେଉଁ ସ୍ଥାନରେ ରହିଛି ସେଠାରେ ମୈରାକାଇବୋ ଝରଣା ରହିଛି। ଏଠାରେ ବର୍ଷକୁ ୨୬୦ ଦିନ ଝଡ଼ତୋଫାନ ହୋଇଥାଏ। ମୈରାକାଇବୋ ବିଶ୍ୱରେ ସବୁଠୁ ଅଧିକ ବିଜୁଳି ମାରୁଥିବା ସ୍ଥାନ ଭାବରେ ଗିନିଜ୍‌ ରେକର୍ଡ ରହିଛି। ଶୀତଋତୁରେ ଏଠାରେ ଟିକେ କମ୍‌ ବିଜୁଳି ମାରୁଥିବାବେଳେ ବର୍ଷାଦିନେ ସବୁଠୁ ଅଧିକ ମାରିଥାଏ। ଏପରିକି ପ୍ରତି ମିନିଟ୍‌ରେ ୨୮ ଥର ବିଜୁଳି ମାରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିଜୁଳି ମାରିବା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦେଖାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ