ବନ୍ତ କଲେଜରେ ସ୍ୱାଗତ ସମାରୋହ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ.ହୃଷିକେଶ ଗିରି, ସମ୍ମାନୀତ ବକ୍ତା ଭାବେ ପ୍ରାଧ୍ୟାପକ ରାଜ କିଶୋର ଆଚାରୀ, ଅତିଥି ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଦେବତା, ଅଶୋକ କୁମାର ବିଶ୍ୱାଳ, ଅନିଲ କୁମାର ଲେଙ୍କା ଯୋଗ ଦେଇଥିଲେ । ଦେବସ୍ମିତା ପ୍ରଧାନ ସ୍ୱାଗତ ଭାଷଣ, ଗୀତାରାଣୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


