ପତ୍ନୀକୁ ନିର୍ଯ୍ୟାତନା ଓ ମାଡ ମାରିବା ଅଭିଯୋଗରେ ସ୍ୱାମୀ ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ଧନିଓଝା ଗ୍ରାମର ଜନୈକ ବ୍ୟକ୍ତି ନିଜ ପତ୍ନୀକୁ ନିର୍ଯ୍ୟାତନା ଦେବା ସହ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୭ ମାସ ପୂର୍ବେ ଧନିଓଝା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ମହିଳା ଜଣକ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ମହିଳା ଜଣକ ଶାଶୁ ଘରେ ଭଲରେ ଚଳି ନଥିଲେ । ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ, ସ୍ୱାମୀ ତାଙ୍କର ମଦ୍ୟପ ଅଟନ୍ତି । ତାପରେ ଦୈନନ୍ଦିନ ସ୍ୱାମୀ ମଦ୍ୟପାନ କରି ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏସଂପର୍କରେ ସେ ଶାଶୁ, ଶ୍ୱଶୁର ଓ ବାପଘର ଲୋକଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ତାଙ୍କ ସ୍ୱାମୀ ଗାଳିଗୁଲଜ କରିବା ସହିତ ମାରିବାକୁ ଧମକ ଦେଇଥିଲେ । ଗତ ମଙ୍ଗଳବାର ତାଙ୍କ ସହିତ ସ୍ୱାମୀ ଝଗଡା କରିବା ସହିତ ନିର୍ମମ ଭାବରେ ମାଡ ମାରିଥିଲେ । ବାପ ଘରୁ ସୁନା ଚେନ୍ ନଆଣିଲେ ବାପ ଘରକୁ ପଳାଇ ଯିବାକୁ କହିଥିଲେ । ନହେଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଏକ ମଶୁରୀ ଷ୍ଟାଣ୍ଡରେ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୮୬/୨୦ ମୂଳେ ମାମଲା ରୁଜ୍ଜୁ କରିବା ସହ ସ୍ୱାମୀକୁ ଗିରଫ କରି ଗୁରବାର କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ