ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଶେରଗଡ଼, (ଦେବୀ ପ୍ରସାଦ ଦାସ): ଶେରଗଡ଼ ବ୍ଲକରେ ୯ ରୁ ୧୩ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ହେବ ବୋଲି ସୂଚନା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ଶେରଗଡ଼ ଅଲାରିଗଡ଼ରେ ପହଞ୍ଚି ଘରକୁ ଘରକୁ ବୁଲି ସ୍ୱାବ ଟେଷ୍ଟ ଓ ସ୍ୱାସ୍ଥ୍ୟ ଯାଞ୍ଚ କରିବ ଟିମକୁ ସ୍ୱାବ ଟେଷ୍ଟର ବିଧି ସମ୍ପର୍କରେ କହିଥିଲେ। କୌଣସି ଘରକୁ ବାଦ ଦିଆଯିବ ନାହିଁ ବୋଲି ମେଡିକଲ ଟିମକୁ ଚେତାଇ ଦେଇଛନ୍ତି। ସମସ୍ତଙ୍କ ଘର ର ସମସ୍ତ ସଦସ୍ୟ ଯେପରି ସ୍ୱାବ ଟେଷ୍ଟ ହେବ ସେଥି ପ୍ରତି ଗୁରତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ଏହା ପରେ ଶେରଗଡ଼ ବାଲିସାହି କୁ ଆସି ସ୍ୱାବ ଟେଷ୍ଟ ର ଶୁଭାରମ୍ବ କରିଛନ୍ତି।ଏହି ସମୟରେ କିଛି ସଦସ୍ୟ ଙ୍କୁ ସ୍ୱାସ୍ଥ୍ୟ ବସ୍ଥା କଥା ପଚାରି ବୁଝିଥିଲେ ।ଉକ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼. ଦୟାସିନ୍ଧୁ ପରିଡା,ବିଇଇ କୁଞ୍ଜ ବିହାରୀ ନାୟକ,ଅଲାରିଗଡ଼ରେ ଯୁବ ସଭାପତି ତଥା ସମାଜସେବୀ ସନ୍ତୋଷ ପଟ୍ଟନାୟକ,ଦିଗାମ୍ବର ନାହାକ,ସରପଞ୍ଚ ଅଶୋକ କୁମାର ସ୍ୱାଇଁ ସମେତ ବହୁ ଵ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ