ପତ୍ନୀ ହନ୍ତା ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ମଞୁରୀ ଠାରେ ଗତ ଵାହୁଡା ଯାତ୍ରା ଦିନ ବଧୂ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ ନିକଟ କୁଶଗଡିଆ ଗ୍ରାମର ଉମାକାନ୍ତ ଜେନାଙ୍କ ଝିଅ ଶିଖାରାଣୀ ମଞୁରୀ ନିଳାଦ୍ରି ଗ୍ରାମର ପିତବାସ ମହାନ୍ତି ଙ୍କୁ ଵିଵାହ କରିଥିଲେ।ଵିଵାହର କିଛି ବର୍ଷ ପରେ ଅଧିକ ଯୌତୁକ ପାଇଁ ଵାହୁଡା ଯାତ୍ରା ଦିନ ଝିଅ କୁ ହତ୍ୟା କରାଯାଇଥିବା ବାପଘର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣା ପରଠାରୁ ସ୍ଵାମୀ ସମେତ ଅନ୍ୟ ମାନେ ଫେରାର ହୋଇଯାଇଥିଲେ । ପୋଲିସ ଗତକାଲି ଅଭିଯୁକ୍ତ ସ୍ୱାମୀକୁ ଯାଜପୁର ଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।


