ଉଧ୍ୟେଶମୂଳକ ଭାବେ ସାମ୍ବାଦିକ ଙ୍କୁ ଗାଡି ଚଢେଇ ହତ୍ୟା ଉଦ୍ୟମ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ର ସାମ୍ବାଦିକ ଅରୁଣ ବେହେରା ଙ୍କୁ ଗାଡି ଚଢେଇ ହତ୍ୟା ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଛି ଆଜି ସକାଳ ୮ ଘଟିକା ସମୟରେ ସାମ୍ବାଦିକ ଅରୁଣ ବେହେରା ଓ ତାଙ୍କ ସାଙ୍ଗ ମନେ ବିଏସଏନଏଲ କାର୍ଯ୍ୟାଳୟ ନିକଟରେ ଥିବା ରାଜିଆ ବେହେରା ଙ୍କ ଚାହା ଦୋକାନ କୁ ଚାହା ପିଇବାକୁ ଯାଇଥିଲେ ଦୋକାନ ସମ୍ମୁଖ ରେ ଫୋନ ନିଜ ସାଙ୍ଗଙ୍କ ସହିତ କଥା ହେଉଥିବା ସମୟରେ କରଞ୍ଜିଆ ଥାନା ଝାଡ଼ଡୁମୁରିଆ ଗ୍ରାମର ମନୋଜ ମହାନ୍ତ ନିଜ କାର ନଂ OD 11L4448 ରେ ଅରୁଣ ଙ୍କୁ ପଛପଟୁ ଧକ୍କା ଦେଇଥିଲା ଗାଡି ଧକ୍କା ରେ ଅରୁଣ ତଳେ ପଡିଯାଇଥିଲେ ତଳୁଉଠି ଅରୁଣ ଗାଡ଼ିଚଳାଉ ଥିବା ମନୋଜ ଙ୍କୁ କାହିଁକି ଧକ୍କା ଦେଲ ବୋଲି ପଚାରିବାରୁ ହଟାତ ମନୋଜ ମହାନ୍ତ ଉତ୍ୟକ୍ତ ହୋଇ ସାମ୍ବାଦିକ ଅରୁଣ ବେହେରା ଙ୍କୁ ସହିତ ଯୁକ୍ତିତର୍କ ସହିତ ଝଗଡା କରିଥିଲା ମନୋଜ ଉତ୍ୟକ୍ତ ହୋଇ ଅରୁଣ ଙ୍କୁ ନିଜ କାର ଚାବି ଧରି ଜୀବନରେ ମାରିବାଦେବାକୁ ଧମକ ଦେବାସହିତ ଅରୁଣ ଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିଲା ନିକଟରେ ଥିବା ଲୋକେ ଉଭୟ ଙ୍କୁ ଛଡେଇ ଦେଇଥିଲେ ପୁଣି ମନୋଜ ନିଜ କାର ପଛାଇ ଦ୍ରୁତଗତି ରେ ଆଣି ରାଜିଆ ଙ୍କ ଦୋକାନ ସମ୍ମୁଖ ରେ ଠିଆ ହୋଇଥିବା ଅରୁଣ ଙ୍କ ଉପର କୁ ପଛପଟକୁ ଚଢେଇ ମାରିଦେବାକୁ ଉଦ୍ୟମ କରିଥିଲେ କାର ଧକ୍କା ରେ ଅରୁଣ ଦୋକାନ ଭିତରକୁ ଛିଟିକି ପଡିବାରୁ ତାଙ୍କ ଅଣ୍ଟା ଓ ହାତରେ ଆଘାତ ଲାଗିଥିଲା । ଗାଡିଟି ଦୋକାନ ଭିତରକୁ ପଶିବା ଦ୍ଵାରା ଦୋକାନ ଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଅରୁଣ ମେଡିକାଲ ରେ ପ୍ରାଥମିକ ଚିକିତ୍ସା କରାଇବା ପରେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିବାପରେ କରଞ୍ଜିଆ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣା ବିଷୟରେ ଜାଣିବା ପରେ ସାମ୍ୱାଦିକ ମାନେ ଏହାକୁ ଦୃଢ଼ ନିନ୍ଦା କରିବା ସହିତ କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ଓଡିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥପ୍ରଶନ୍ନ ମିଶ୍ର,ଅଶୋକ ସାହୁ,ଦୀପକ ମହାନ୍ତ,ସତ୍ୟବ୍ରତ ବେହେରା,ବି ଦିବ୍ୟନ୍ଦୁ ଶେଖର,ସୁମନ୍ତ ମହାନ୍ତ,ଜିତେନ୍ଦ୍ର ରାଜଙ୍କ ସହିତ ଅନ୍ୟ ସାମ୍ବାଦିକ ମନେ ଥାନାରେ ପହଞ୍ଚି ତୁରନ୍ତ ଦୋଷୀକୁ ଗିରଫ କରିବାକୁ ଦାବୀ କରିଛନ୍ତି ।


