ପଦ୍ମ ପୁରସ୍କାରର ଘୋଷଣା: ଓଡ଼ିଶାରୁ ଦଶଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍‌, ଅରୁଣ ଜେଟ୍‌ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍‌.ସି. ଜମୀର୍‌, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍‌, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍‌ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍‌, ଅବଦୁଲ୍‌ ଜଜବାର୍‌ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ସେହିପରି ଓଡ଼ିଶାରୁ ୧୦ ଜଣ ପଦ୍ମ ସମ୍ମାନ ପାଇଁ ସମ୍ମାନିତ ହେବେ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନ ମିଳିବ । ସାହିତ୍ୟ ଓ ଶିକ୍ଷା ପାଇଁ ଡ. ଦମୟନ୍ତୀ ବିସ୍ରା, କଳା ପାଇଁ ଉତ୍ସବ ଚରଣ ଦାସ, ସେହିପରି କଳା ପାଇଁ ମିତ୍ରଭାନୁ ଗୌନ୍ତିଆ, କଳା ପାଇଁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ବୀଣାପାଣି ମହାନ୍ତି, ଜୈବିକ କୃଷି ପାଇଁ ରାଧାମୋହନ ଓ ସାବରମତୀ, ଗୃହପାଳିତ ପଶୁ ପାଇଁ ବଟକୃଷ୍ଣ ସାହୁ, ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରବାସୀ ଓଡ଼ିଆ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଚିକିତ୍ସା କ୍ଷେତ୍ର ପାଇଁ ଡ. ଦିଗମ୍ବର ବେହେରା ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଅଭିନେତ୍ରୀ କଙ୍ଗନା ରଣାଓ୍ବତ, ଟେଲି ତଥା ଫିଲ୍ମ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର୍‌, ଗାୟକ ଅନ୍‌ଦାନ ସାମୀ ଓ ଫିଲ୍ମ ନିର୍ମାତା ପ୍ରମୁଖ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ