ପଧାନପଡା ସମିତିରେ ଧାନ ମଣ୍ଡି ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଚାଷୀ ବାବୁରାମ ସାହୁଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ଧାନ କ୍ରୟ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକ କିଶୋର କୁମାର ପାଣିଗ୍ରାହୀ, ଉପ ସହକାରୀ ରେଜିଷ୍ଟର ଶକ୍ତିଧର କାଣ୍ଡି, ସମିତିର ସଭାପତି ସେକ୍ କଦମ୍, ଉପସଭାନେତ୍ରୀ ଗୀତାଞ୍ଜଳୀ ଜେନା, ସଂପାଦକ ନାରାୟଣ ଚନ୍ଦ୍ର ସାହୁ, ସହ ସଂପାଦକ ସେକ୍ ଗୋଲାମ୍, ଡି.ଇ.ଓ ଅନୀଲ କୁମାର ପାତ୍ର, କର୍ମଚାରୀ ଦିବାକର ବେହେରା, ପରେଶ କୁମାର ନାୟକ, ଡି.ଏଲ୍.ପି.ପି.ସି ସଭ୍ୟ ନୃସିଂହ ଚରଣ ପରିଡା, ପରିଚାଳନା ପରିଷଦର ସଦସ୍ୟ କୈଳାସ ଚନ୍ଦ୍ର ବାରିକ, ଅଜୟ ଦାସ, ହୃଷିକେଶ ସାହୁ, କିଶୋର ବେହେରା, ହରେକୃଷ୍ଣ ଜେନା, ମୋହନ ଚରଣ ସାହୁ, ଉଚ୍ଛବ ଚରଣ ଜେନା, ଭୂପତି କୁମାର ସ୍ୱାଇଁ, ନାରାୟଣ ଚନ୍ଦ୍ର ସେନାପତି, ବିରଞ୍ôଚ ନାରାୟଣ ସାହୁ, ପ୍ରତାପ କୁମାର ମୁଦୁଲି, ସେକ୍ ମୁନ୍ସୁର ଅଲ୍ଲୀ, ଗୟାଧର ମାଝୀ, ଚାଷୀ କମିଟିର ସଭ୍ୟ ରାହୁଲ ଅମିନ୍ ସିଦ୍ଧିକ୍, ସେକ୍ ସବୀର ଅଲ୍ଲୀ, ଅଜୟ କୁମାର ବେହେରା, ଅନନ୍ତ ଚରଣ ଦାସ, ଅଶୋକ କୁମାର ମହାନ୍ତି, ହରି ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


