କୋଣାର୍କ ରାଉଳ ପାଟଣା ଗାଁରୁ ହେଟାବାଘ ଉଧାର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଉଳ ପାଟଣା ଗାଁରୁ ହେଟାବାଘ ଉଧାର କଲା କୋଣାର୍କ ବନଖଣ୍ଡ ବିଭାଗ । ସୂଚନା ମୁତାବକ ଆଜି ସକାଳୁ କୋଣାର୍କ ଏନ୍ ଏ ସି ୬ନମ୍ବର ୱାର୍ଡ ରାଉଳ ପାଟଣା ଗାଁରେ ଏକ ପାଣି ଯିବା ଆସିବା କରିବା ଗୋଲେଇ ଶଙ୍ଖ ନାଳ ରେ ଫସି ରହିଥିଲା ହେଟାବାଘ ଟିକୁ ଗାଁ ର ଲୋକମାନେ ଦେଖିବା ପରେ କୋଣାର୍କ ବନଖଣ୍ଡ କୁ ଖବର ଦେଇଥିଲେ । କୋଣାର୍କ ବନଖଣ୍ଡ ବିଭାଗ ପକ୍ଷରୁ ର ୬ ଜଣିଆ ଟିମି ପହଞ୍ଚି ପ୍ରାୟ ୩ଘଣ୍ଟା ପରିଶ୍ରମ କରି ହେଟାବାଘ କୁ ଉଧାର କରିଥିଲେ । ହେଟାବାଘ ଟି ୪ ବର୍ଷର ବୋଲି କୋଣାର୍କ ବନଖଣ୍ଡ ସୂଚନା ଦେଇଛନ୍ତି । ହେଟାବାଘ ର ଅଣ୍ଟାରେ କ୍ଷତଚିହ୍ନ ଥିବା ଦେଖାଦେଇଛି। କୋଣାର୍କ ବନଖଣ୍ଡ ଅଧିକାରୀ କହିବା କଥା ହରିଣ ଧରା ଫାସରେ ପଡି ଏପରି କ୍ଷତ ସୃଷ୍ଟି ହୋଇଛି। ହେଟାବାଘଟିକୁ ପଷୁ ଚିକିତ୍ସାଳୟ ନିଆଯାଇ ପ୍ରଥମେ ଚିକିତ୍ସା କରିବା ପରେ କୋଣାର୍କ ରେଞ୍ଜର ରଖାଯିବ ପରେ ହେଟାବାଘଟି ସପୂର୍ଣ୍ଣ ଭଲ ହୋଇଗଲେ କୋଣାର୍କ ଜଙ୍ଗଲ ରେ ଛଡାଯିବ ବୋଲି କୋଣାର୍କ ବନଖଣ୍ଡ ଅଧିକାରୀ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ