ପନଚାୟତ କର୍ମଚାରୀଙ୍କ ବୈଠକ

ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲା ଯୋଡା ବ୍ଲକର ସମସ୍ତ ପନଚାୟତ କର୍ମଚାରୀଙ୍କର ଯୋଡା ବ୍ଲକ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି । ବ୍ଲକ ସଭାପତି ଅକ୍ଷୟ କୁମାର ବେହେରା ଓ ସଂପାଦକ ସୁଶାନ୍ତ ବାରିକ ସଭା ପରିଚାଳନା କରିଥିଲେ । ଏଥିରେ ସମସ୍ତ ପନଚାୟତର ପିଅନ, ରାତ୍ର ଜଗୁଆଳ ଓ ସଫେଇ କର୍ମଚାରୀମାନେ ଯୋଗ ଦେଇଥିଲେ । ବୈଠକରେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଆଦି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ୱଳ୍ପ ଦରମା ପାଇଥିବାରୁ କର୍ମଚାରୀଙ୍କ ପରିବାର ଚଳାଇବାରେ ଏବଂ ପିଲାଛୁଆଙ୍କୁ ପାଠ ପଢାଇବାରେ ସମସ୍ୟା ହେଉଛି । ସରକାର ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଉପଯୁକ୍ତ ଦରମା ପ୍ରଦାନ କରିବାକୁ କର୍ମଚାରୀମାନେ ଦାବି କରିଥିଲେ । ବୈଠକରେ ଯୋଡା ବ୍ଲକର ସମସ୍ତ ପନଚାୟତ କର୍ମଚାରୀ ଭାଇଭଉଣୀ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ