ପବିତ୍ର ଅକ୍ଷୟତୃତୀୟା ଅବସର ରେ ଅଧ୍ୟକ୍ଷଙ୍କ ପିଟ ଖନନ ଓ ଵୃକ୍ଷରୋପଣ

କୋଦଳା, (ଗୁଲସନ କୁମାର କର) :-ପବିତ୍ର ଅକ୍ଷତୃତୀୟା ଅବସରରେ ବୃକ୍ଷ୍ୟ ରୋପଣ କାର୍ଯ୍ୟ ଓ ପିଟଖନନ ଅଧ୍ୟକ୍ଷ ଙ୍କ କରକମଳ ରେ ଶୁଭାରମ୍ଭ ହୋଇଯାଇଛି । ଆଜି ଅକ୍ଷୟ ତୃତିୟା ଅବସର ରେ ସ୍ଵର୍ଣ୍ଣମୟୀ ହାଇସ୍କୁଲ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଗାମୀ ଦିନମାନଙ୍କ ରେ ସ୍ଵୟଂସହାୟକ ଗୋଷ୍ଟି ମାଧ୍ୟମ ରେ ଆଗକୁ ସମସ୍ତ ସାହି , ମନ୍ଦିର , ସରକାରୀ ଅଫିସ ଇତ୍ୟାଦି ରେ ପ୍ରଚୁର ବୃକ୍ଷ ରୋପଣ କରାଯିବ । କାରଣ ବୃକ୍ଷ ହିଁ ଆମର ଜୀବନ , ବୃକ୍ଷ ବଞ୍ଚିଲେ ମନୁଷ୍ୟ ବଞ୍ଚିବା ସମ୍ଭବ । ଉକ୍ତ କାର୍ଯ୍ୟକ୍ରମ ରେ କୋଦଳା ଉପାଧ୍ୟକ୍ଷଙ୍କ ସମେତ ଅଞ୍ଚଳ କର୍ମଚାରୀ, କାଉନସିଲର ,ଗ୍ରିନ୍ କ୍ଲବ ର ଅଧ୍ୟକ୍ଷ ମନୋଜ ପାଢ଼ୀ, ଗ୍ରିନ କ୍ଲବ ର ସମ୍ପାଦକ ଫାଲଗୁନୀ ପଟ୍ଟନାୟକ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ କୋଦଳା ର ସମାଜସେବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ