କାଳବୈଶାଖି ଯୋଗୁଁ ଚାଳଛପର ଉଡିଗଲା : ବଜ୍ରପାତରେ ନଡିଆଗଛ ଜଳିଲା    

ହାଟଡିହି, (ବିକାଶ ବିଶ୍ୱାଳ) :-ଆଜି ଅପରାହ୍ନରେ କାଳବୈଶାଖି ଯୋଗୁଁ ହାଟଡିହି ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଥିବାବେଳେ ଅନେକ ଲୋକଙ୍କ ଚାଳଛପର ଘର ଉଡି ଯାଇଥିବା ଜଣାଯାଇଛି । ଅପରାହ୍ନର ୫ଟାବେଳେ ତୁହାକୁ ତୁହା ପବନ ସହିତ ପ୍ରବଳ ବର୍ଷା ହୋଇଛି । ଅକରୁଆ, ବଞ୍ଚୋ, ଶାସଙ୍ଗ, ହାଟଡିହି, ସଢ଼ା, ପନ୍ଦାଡୋ, ପ୍ଚୁଗୋଛିଆ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଳଛପର ଉଡି ଯାଇଥିବା ଜଣାଯାଇଛି । ବଞ୍ଚା ପଞ୍ଚାୟତ ଶିବନାରାୟଣପୁର ଗ୍ରାମ ରାଉତରାପୁର ସାହିରେ ବଜ୍ରପାତ ଘଟି ସନାତନ ମହାନ୍ତିଙ୍କ ଦୁଇଟି ନଡିଆ ଗଛ ପୋଡି ଯାଇଛି । ଗଛରେ ନିଆଁ ଲାଗିଥିବା ଦେଖି ଗଛତଳେ ବସବାସ କରୁଥିବା ଲୋକମାନେ ଆତଙ୍କିତ ହୋଇ ପଡିଥିଲେ । ଖବରପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ