ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଭଜନ ସମାରୋହ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଏକ ଭକ୍ତିମୟ ପରିବେଶରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ଲକ୍ଷ୍ମୀ ନୃସିଂହ ସାତ୍ତ୍ୱିକ ମାନସିକ ମେଳା ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ ଉଦ୍ଘାଟକ ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ହାଇକୋର୍ଟ ବରିଷ୍ଠ ଆଇନଜୀବି ଓମ୍ ପ୍ରକାଶ ସାହୁ, ସମ୍ମାନିତ ଅତିଥି ଭାବେ ଆଇନଜୀବି ତଥା ଲକ୍ଷ୍ମୀ ନୃସିଂହ ମନ୍ଦିର ପରିଚାଳନା ମୁଖ୍ୟ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ କଳାକାର ରବୀନ୍ଦ୍ରନାଥ ଚୌଧୁରୀ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଆଜି ନୃସିଂହ ମନ୍ଦିରରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସଂଧ୍ୟା ସମୟରେ ଏହି ଭଜନ ସମାରୋହ ପରିବେଶକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଅଞ୍ଚଳର ବିଭିନ୍ନ ବରିଷ୍ଠ କଳାକାର ତଥା ଗାୟକ ଗାୟିକା ଶ୍ରୁତି ମଧୁର ଭଜଳ ଗାନ କରି ଶ୍ରୋତା ମାନଙ୍କୁ ବିମୋହିତ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସଭାପତି ସତ୍ୟ ନାରାୟଣ ସ୍ୱାର ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅତିଥି ଓ ଉପସ୍ଥିତି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭାପତି ଶ୍ରୀ ସ୍ୱାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜଗନ୍ନାଥ ନାୟକ, ରାମାନୁଜ ପଣ୍ଡା, ବରିଷ୍ଠ କଳାକାର ହରିକୃଷ୍ଣ ପାତ୍ର,କୈଳାସ ପାତ୍ର, ନିଶାକର ସିଅ,ସିମାଞ୍ଚଳ ପାତ୍ର,କୈଳାସ ପାତ୍ର, ପୁର୍ଣ୍ଣଚନ୍ଦ୍ର ସିଅ,ବନ୍ଦିତା ସାହୁ, ଫକିର ନାୟକ,ଅନୀଲ ପାଣିଗ୍ରାହୀ, ରାଜେନ୍ଦ୍ର ପାଢ଼ୀ ଓ ସିମାଞ୍ଚଳ ମଳିକ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ପି. ପୁର୍ଣ୍ଣଚନ୍ଦ୍ର ପାତ୍ର ସହଯୋଗ କରିଥିଲେ ।


