ମା ଶାରଳାଙ୍କ ଷୋଡଶ ବାର୍ଷିକ ମହୋତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଗୁରୁବାର ବୁଢା ଗୋବିନ୍ଦଜୀଉ ମନ୍ଦିର ପ୍ରାଜ୍ଞଣରେ ମା’ ଶାରଳାଙ୍କ ଷୋଡଷ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଝଙ୍କଡସ୍ଥିତ ଶାରଳା ମନ୍ଦିରରୁ ଗ୍ରାମବାସୀଙ୍କ ପକ୍ଷରୁ ଦେବାଶିଷ କୁବେର ଆଜ୍ଞାମାଳ ଆଣିଥିଲେ । ମାନସୀକଧାରୀମାନେ ଗୋବରୀ ନଦୀଘାଟରୁ ଘଟ ସ୍ଥାପନ ନିମନ୍ତେ କଳସରେ ପାଣି ଆଣିଥିଲେ । ରୀତିନୀତି ଅନୁଯାୟୀ ପୁଜାନୀତି ସମ୍ପର୍ଣ୍ଣ ହୋଇଥିଲା । ମହୋତ୍ସବ ଉପଲକ୍ଷେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଲନଗର ପଞ୍ଚାୟତବାସୀ ସହଯୋଗ କରିବା ସହ ମା’ ଶାରଳାଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା ।


