ପରସ୍ପରଙ୍କୁ ଆଲିଙ୍ଗନ କଲେ ବିବେକ-ଅଭିଷେକ
ବଲିଉଡ୍ କଳାକାର ଅଭିଷେକ ବଚ୍ଚନ ଓ ବିବେକ ଓବରାଏଙ୍କ ମଧ୍ୟରେ ଉପୁଜିଥିବା ତିକ୍ତତାର କାରଣ କାହାକୁ ବା ଅଛପା! ବିବେକ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୂର୍ବତନ ପ୍ରେମିକ ହୋଇଥିବା ବେଳେ ଅଭିଷେକ ହେଉଛନ୍ତି ତାଙ୍କ ସ୍ୱାମୀ । ଐଶ୍ୱର୍ଯ୍ୟାଙ୍କ ପାଇଁ ଉପୁଜିଥିବା ଅଭି-ବିବେକଙ୍କର ଏହି କଳହ ବହୁ ଦିନର ପୁରୁଣା । ପୂର୍ବରୁ ଅନେକ ଉତ୍ସବରେ ସେ ଦୁହେଁ ପରସ୍ପର ସହ ଦେଖା ହୋଇଥିଲେ ବି ମୁହଁ ମୋଡ଼ି ·ଲିଯାଉଥିବାର ଭିଡିଓ ଭାଇରାଲ୍ ହୋଇଛି । ମାତ୍ର ନିକଟରେ ଏକ ଚମକ୍ରାର ଘଟିଛି । ଅଭିଷେକ ଓ ବିବେକ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଶ୍ୱ ·ମ୍ପିୟନସିପ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଇବା ପରେ ସାହାରା ଇଣ୍ଡିଆ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଦେବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଠାରୁ ନେଇ ଜିତେନ୍ଦ୍ର ଆଦି ବଲିଉଡ୍ ଷ୍ଟାର୍ ସିନ୍ଧୁଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ସେହି ଉତ୍ସବରେ ମୁହାଁମୁହିଁ ହୋଇଥିଲେ ଅଭିଷେକ ଓ ବିବେକ । ତାଙ୍କୁ ପ୍ରଥମ ଥର ପାଇଁ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ବିବେକଙ୍କ ପୂରା ପରିବାର ବଚ୍ଚନ ପରିବାର ସହ ଭେଟ ହୋଇ କଥା ହୋଇଛନ୍ତି ।


