ସୋନମ୍ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି

ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ । କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ ଜୋୟା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସୋନମ୍ । ଗୋଟିଏ ଇନିଂଶ ଯୋଗୁ ଜଣେ କ୍ରିକେଟର ଭାଗ୍ୟ କେମିତି ବଦଳିଯାଏ ତାହା ଉପରେ ନିର୍ମିତ ହୋଇଛି । ଫିଲ୍ମରେ ବିରାଟ କୋହଲି ଭଳି ଅବିକଳ ଦେଖାଯାଉଥିବା ଗୌରବ ଆରୋଡା ବିରାଟ କୋହଲିଙ୍କ ଭୂମିକାରେ ନଜର ଆସିଛନ୍ତି । ସୋନମ ଫିଲ୍ମର ଏକ ଭିଡିଓ ଶେୟାର୍ କରିଛନ୍ତି । ଯେଉଁ ଭିଡିଓରେ ଏକ ମ୍ୟାଚରେ ଭାରତୀୟ ଖେଳାଳିମାନେ ଜଣେ ପରେ ଜଣେ ଆଉଟ୍ ହୋଇଯାଉଥିବାବେଳେ ଡ୍ରେସିଂ ରୁମ୍ରେ ବସିଥିବା ବିରାଟଙ୍କ ନମ୍ବର ଆସୁଛି । ସେ ବେକରେ ଜୋୟାଙ୍କ ଫଟୋ ଥିବା ଲକେଟ୍ ପିନ୍ଧି ପଡିଆକୁ ଓହ୍ଲାଉଛନ୍ତି । ବିରାଟ କୋହଲିଙ୍କ ଟିକ୍ଟକ୍ ଭିଡିଓ କରି ଦେଶରେ ଲୋକପ୍ରିୟତା ଅର୍ଜନ କରିଥିବା ଗୌରବ ଫିଲ୍ମରେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ