ଫିସିଙ୍ଗ୍ ହାରବୋର୍ ନିର୍ମାଣ ପାଇଁ ମତ୍ସ୍ୟ ,ପଶୁ ସଂପଦ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,( ଯୁଗାବ୍ଦ ନୁ୍ୟଜ୍) : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ନୂତନ ଫିସିଙ୍ଗ୍ ହାରବୋର(ମାଛମରା ଜେଟି) ନିର୍ମାଣ କରିବା ପାଇଁ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ କର୍ମୀ ୟୁନିୟନ୍ ପକ୍ଷରୁ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ମନ୍ତ୍ରୀଙ୍କୁ ୟୁନିୟନ୍ର ଜିଲ୍ଲା ସଭାପତି ବି.ସିମାଦ୍ରୀ ବୁଧବାର ଛତ୍ରପୁର ସ୍ଥିତ ସର୍କିଟ ଗୃହ ଠାରେ ପ୍ରଦାନ କରିଛନ୍ତି । ଆର୍ଯ୍ୟପଲ୍ଲୀ ଠାରେ ନୂତନ ଫିସିଙ୍ଗ୍ ହାରବୋର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଏଥିପାଇଁ ପ୍ଲାନ୍ ଏବଂ ଅନୁଦାନ ଉପରେ ଆଲୋଚନା ରହିଛି । ଏଣୁ ଏଠାରେ ନିଶ୍ଚିତ ଭାବେ ଏହି ଫିସିଙ୍ଗ୍ ହାରବୋର ନିର୍ମାଣ ହେବ । ଏହାର ରହିଥିବା ବାକି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଉଦ୍ୟମ ଜାରି ରଖିବି ବୋଲି ମତ୍ସ୍ୟ କର୍ମୀ ୟୁନିୟନ୍ର ସଦସ୍ୟମାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ଦାବି ପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍.ଲକ୍ଷ୍ମୀ, ଏମ୍.ଗୁମାଲୀ, ଏମ୍.ଦିଲ୍ଲୀ, ବି.ଭିମସେନ, ଏମ .ଏରେୟା, ବି.ଶଙ୍କର, ଏ.ଭେଙ୍କଟଙ୍କ ସମେତ ୟୁନିୟନ୍ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।


