ଧର୍ମ ପରାୟଣା ମହିଳାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ଧର୍ମ ପରାୟଣ ମହିଳା ତଥା ଶିକ୍ଷକ ଅଶୋକ ଖିଲାରଙ୍କ ମାତା ସ୍ୱର୍ଗତା ଲକ୍ଷ୍ମୀ ଖିଲାରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ନାଟ୍ୟକାର ତଥା ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ଼. ସୁଧାଂଶୁ ଶେଖର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହର ମୋହନ ବେହେରା, ସମାଜସେବୀ ବସନ୍ତ କର, ପଦ୍ମନାଭ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ ୟାକତ ଅଲ୍ଲୀ, ନାରାୟଣ ଚନ୍ଦ୍ର ସାମଲ,ଶିକ୍ଷକ ହୃଷିକେଶ ପୃଷ୍ଟି, ଶିକ୍ଷାବିତ ରମାକାନ୍ତ ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଉମାକାନ୍ତ ମହାପାତ୍ର, ବ୍ରହ୍ମାନନ୍ଦ ବାରିକ, ମନୋଜ ସାହୁ, ଯୁବ ନେତା ପ୍ରଣବ କିଶୋର ଲେଙ୍କା, ସୁବାଷ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତା ଖିଲାରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ପୁତ୍ର ଅଶୋକ ଖିଲାରଙ୍କ ସମେତ ସୁରେଶ, ପ୍ରଶାନ୍ତ ଏବଂ ସମସ୍ତ ପରିବାର ବର୍ଗ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।


