ପରିଶ୍ରମ ହିଁ ସଫଳତାର ପ୍ରକୃତ ମୂଳମନ୍ତ୍ର : ବିଜୟ ଅମୃତ କୁଲାଙ୍ଗେ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଶିକ୍ଷିତ ଯୁବପିଢୀମାନଙ୍କୁ ସଫଳ ବ୍ୟକ୍ତିତ୍ୱ ଗଠନ ତଥା ଉତ୍ତମ ବୃତି ଭିତିକ ଭିବଷ୍ୟତ ନିମନ୍ତେ ମାର୍ଗଦର୍ଶନ ପ୍ରଦାନ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗତ ୧ ତାରିଖରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗଂଜାମ ନଲେଜ ହବ୍ ଆରମ୍ଭ କରିଛନ୍ତି । ଏହା ପ୍ରତ୍ୟେକ ମାସକୁ ଥରେ କରାଯାଏ । ଯାହାଦ୍ୱାରା ଶିକ୍ଷିତ ଯୁବକଯୁବତୀ ମାନେ କିଭଳି ଭୂଲ ବାଟରେ ନଯାଇ ଏକ ସୁନାଗରୀକ ହେବାସହ ନିଜ ଭବିଷ୍ୟତ ନିଜେ କିପରୀ ଗଢିପାରିବେ ଏହାର ମୂଳ ଲକ୍ଷ୍ୟ । ଏହି କ୍ରମରେ ଜିଲ୍ଲାର ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ତରଫରୁ ଏକ ‘ଜ୍ଞାନ ସଂପଦ କେନ୍ଦ୍ର’ ପ୍ରତିଷ୍ଠା କରିବା ସହ ଧାରାବାହିକ ଭାବେ ବିଭିନ୍ନ ସଫଳ ପରାମର୍ଶଦାତାଙ୍କ ଦ୍ୱାରା ଉପଦେଶାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଆଜି ଦ୍ୱିତୀୟ ପର୍ଯ୍ୟାୟକ୍ରମେ ପବିତ୍ର କୂମାରପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର ବୋଲି ଉପସ୍ଥିତ ଡିଗ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । କୌଣସି ଲକ୍ଷ୍ୟ ପଛରେ ପ୍ରତିଯୋଗିତା ପରାୟଣ ମନୋବୃତି ରଖିଲେ ନିଶ୍ଚିତ ଛାତ୍ରଛାତ୍ରୀମାନେ ଏକ ସଫଳ ବ୍ୟକ୍ତିତ୍ୱ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ତେବେ ସେ ସେହି ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ । ମୁଖ୍ୟବକ୍ତା ଭାବେ ରାଜ୍ୟର ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ତଥା ଆଇନଜିବୀ ଓ ସାମାଜିକ କର୍ମୀ ନର୍ମତା ଚଢା ଯୋଗଦେଇ କହିଥିଲେ ଯେ କେବଳ ଡିଗ୍ରୀ ହାସଲ କରିବା ପାଇଁ ଶିକ୍ଷା ଗ୍ରହଣ କରିବା ତାହା ସଫଳ ବ୍ୟକ୍ତିର ପରିଚୟ ନୁହେଁ । ପ୍ରକୃତରେ ଜ୍ଞାନକୁ ଯିଏ ଆରୋହଣ କରି ପାରିବ ତେବେ ସେ ହେଉଛି ସଫଳ ବ୍ୟକ୍ତି । ଜଣେ ସଫଳ ବ୍ୟକ୍ତି ହେବା ପାଇଁ ଯେଉଁ ଲକ୍ଷ୍ୟକୁ ଆପଣାଉ ସେହି ଲକ୍ଷ୍ୟ ପଛରେ ନିଷ୍ଠାପର ଭାବେ ପରିଶ୍ରମ କରିବାକୁ ପଡିବ । ଗୋଟିଏ ଲକ୍ଷ୍ୟ ପାର ହେବା ପରେ ଆଉ ଗୋଟିଏ ଲକ୍ଷ୍ୟ ଏଭଳି ଭାବେ ଶେଷ ଲକ୍ଷ୍ୟରେ ପହଂଚି ପାରିବା ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଏହାସହ ଆମେ ନିଜେ ପାଠ ପଢିବା ନିଜ ଗୋଡରେ ଠିଆ ହେବା ଏବଂ ଭଲ ନାଗରିକ ହୋଇପାରିବା । ନିଜର ଭୂଲ ପାଇଁ ଭାଗ୍ୟର ଦୋଷ ଦେବା ନାହିଁ । ଆମେ ଯାହା ବି କରିବା ଆମ ଉଦ୍ୟମରେ କରିବା । ଆପଣମାଙ୍କ ଜୀବନ ବହୁତ ଅମୂଲ୍ୟ । କାହାକୁ ଘୃଣା କରିବା ନାହିଁ କି ଛୋଟ ଦେଖିବା ନାଷିଂ । ପରସ୍ପର କୁ ସାହାର୍ଯ୍ୟ କରିବା । ଭବିଷ୍ୟତ କୁ ଉପଭୋଗ କରିବା । ନିଜେ ଚାକିରୀ କରିବା ଆଉ ଦଶଜଣ କିପରୀ ଚାକିରୀ କରାଇପାରିବା ଦେବେ ଆମେ ଗୋଟିଏ ଉତମ ବ୍ୟକ୍ତି ହୋଇପାରିବା ବୋଲି ଶ୍ରୀମତି ଚଢା କହିଥିଲେ । ଏହାସହ ସୋସିଆଲ ମିଡିଆ ଓ ସ୍ମାର୍ଟ ଫୋନ ଯୋଗୁଁ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଉପରେ କିପରୀ କୁପ୍ରଭାବ ପଡୁଛି ତାହା ଉପରେ କହିଥିଲେ ।

 ପରିଶ୍ରମ ହିଁ ସଫଳତାର ପ୍ରକୃତ ମୂଳମନ୍ତ୍ର : ବିଜୟ ଅମୃତ କୁଲାଙ୍ଗେ

ପରିଶ୍ରମ ହିଁ ସଫଳତାର ପ୍ରକୃତ ମୂଳମନ୍ତ୍ର : ବିଜୟ ଅମୃତ କୁଲାଙ୍ଗେ

ଆଇନର ବିଭିନ୍ନ ଦିଗ ଉପରେ ମତରଖିଥିଲେ । ଅନ୍ୟତମ ବକ୍ତ ଭାବେ ଗୁଜରାଟରୁ ଆସିଥିବା ସାମୁଦ୍ରିକ ବିଜ୍ଞାନ ଗବେଷକ ତଥା ଓ ୱାଇଲ୍ଡ ଲାଇଫ ଫଣ୍ଡର ସିନିୟର ଅଫିସର ସାନ୍ଦଭି ସିନ୍ଦୁରା ଯୋଗଦେଇ ସେ କିପରୀ ନିଜ ଦକ୍ଷତା ବଳରେ ଗୋଟିଏ ଝିଅ ହୋଇ ସାମୁଦ୍ରିକ ବିଜ୍ଞାନ ଉପରେ ଗବେଷଣା କରୁଛନ୍ତି ଏବଂ ସଫଳତାର ମୂଳ ଲକ୍ଷ୍ୟ ହେଉଛନ୍ତି ସେ ନିଜେ । ଜଣେ ସଫଳ ବ୍ୟକ୍ତିତ୍ୱ ହେବା ପାଇଁ ନିଜେ ନିଜେ ଦକ୍ଷତା ବଳରେ ହୋଇପାରିବ । ଏହାସହ ସାମୁଦ୍ରିକ ବିଜ୍ଞାନ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସେ ପୁଙ୍ଖାନୁପୁଙ୍ଖ କହିଥିଲେ । ଏହି କର୍ମଶାଳାରେ ଉପସ୍ଥିତ ଛତ୍ରପୁର ସରକାରୀ ବିଜ୍ଞାନ କଲେଜ, ମହିଳା ଡିଗ୍ରୀ କଲେଜ, ଗଞ୍ଜାମ କଲେଜ, ନିଷ୍ଟ କଲେଜ , ଖଣ୍ଡିଦେଉଳି ଭଗତ ସିଂ କଲେଜ, ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟ ସମତେ ଜିଲ୍ଲାର ବହୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉତମ ବୃତିତ୍ତ ଭିତିକ ଭିବଷ୍ୟତ ବିଷୟରେ ଜିଲ୍ଲାପାଳ ଓ ମୁଖ୍ୟବକ୍ତା ମାନଙ୍କ ଠାରେ ବିଭିନ୍ନ ପ୍ରଶ୍ନ ରଖିଥିଲେ ଏବଂ ସେଥିର ସଠିକ୍ ଉତର ମଧ୍ୟ ସେମାନଙ୍କ ଠାରୁ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଜଣେ ସୁନାଗରିକ ହେବା ନିମନ୍ତେ ନିଜେ ନିଜ ଦକ୍ଷତା ଖୋଜି ବାହାର କରିବା ଦରକାର । ସମସ୍ତ କାର୍ଯ୍ୟକ୍ରମକୁ ଜୀବିକା ମିସନ୍‌ର ଏପିଡି ନଳନୀ ମିଶ୍ର ପରିଚାଳନା କରିଥିଲେ । ଗଂଜାମ କଲେଜର ବରିଷ୍ଠ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, ଖଣ୍ଡିଦେଉଳି ସ୍ଥିତ ଭଗତ୍ ସିଂ କଲେଜର ଅଧ୍ୟକ୍ଷ ଡଃ.ଦୁର୍ଯ୍ୟୋଧନ ସେଠୀ, ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ