ପର୍ଶୁରାମ ଧାମରେ ପର୍ଶୁରାମ ଜୟନ୍ତୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଶ୍ୱ ପ୍ରସିଦ୍ଧ ସପ୍ତକୁଳାଳେ ପବିତ୍ର ପର୍ଶୁରାମ ଧାମ ଗଜପତି ଜିଲ୍ଲା ମହେନ୍ଦ୍ରଗିରିରିରେ ପର୍ଶୁରାମ ଜୟନ୍ତୀ ଅନୁଷ୍ଠିତ ହୋଇଛି । ଭଗବାନ ପର୍ଶୁରାମ ଚିରଂଜିବୀ ଅଟନ୍ତି । ସେ ଆଜିବି ମହେନ୍ଦ୍ରଗିରି ଠାରେ ତପସ୍ୟା କରୁଛନ୍ତି । ତାଙ୍କରି ପାଖକୁ ତ୍ରେତୟା ଦ୍ୱାପର କଳି ଯୁଗର ସମସ୍ତ ଅବତାର ପୁରୁଷମାନେ ଏବଂ ସାଧୁ ସନ୍ଥ, ମହାପୁରୁଷ ମାନେ ଯାଇ ଶିକ୍ଷା ନେବା କଥା ପୁରାଣ ଇତିହାସରେ ବର୍ଣ୍ଣିତ । ଆଜି ପବିତ୍ର ଅକ୍ଷତୃତୀୟା ଅବସରରେ ମହେନ୍ଦ୍ରଗିରି ଶିଖରରେ ପର୍ଶୁରାମଙ୍କ ପିଠରେ ମହେନ୍ଦ୍ର ଆଶ୍ରମର ଋଷିପୁତ୍ର ଋଷିକନ୍ୟାମାନେ ପର୍ଶୁରାମ ଜୟନ୍ତୀ ପାଳନ କରିଛନ୍ତି । ଏହା କାର୍ଯ୍ୟକ୍ରମରେ ପୂଜ୍ୟ ତପସ୍ପି ଦଣ୍ଡିସ୍ୱାମୀ ଭାସ୍କର ତୀର୍ଥ ମହେନ୍ଦ୍ରଗିରିର ଋଷିକନ୍ୟା ଋଷିପୁତ୍ରମାନଙ୍କୁ ନେଇ ଯଜ୍ଞ ଘୃତଯଜ୍ଞ ଓ ଅନ୍ନ ଯଜ୍ଞର ।ୟୋଜନ କରିଥିଲେ । ସନ୍ଥ ବଂଶିବାବା, ମହେନ୍ଦ୍ର୍ ସାଧକ ପ୍ରଫୁଲ ବାବା, ଋଷିପୁତ୍ର ଆଚାର୍ଯ୍ୟ ସନ୍ୟାସୀ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ । ବିଶ୍ୱରେ ସାନ୍ତି ସ୍ଥପାନା ଓ ପ୍ରାଣୀମାନଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରାଯାଇଥିଲା ।


