ଦୁର୍ଘଟଣାରେ କାର ଚୁରମାର : ଅଳ୍ପକେ ରକ୍ଷାପାଇଲେ ଯାତ୍ରୀ ଓ ଚାଳକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଖୁରିଗାଁଗୁଡା ଗ୍ରାମ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ଘଟି ଚୁରମାର ହୋଇଯାଇଥିଲେ ମଧ୍ୟ ଅଳ୍ପକେ ରକ୍ଷାପାଇଯାଇଛନ୍ତି ଉଭୟେ ଯାତ୍ରୀ ଓ ଚାଳକ । ଘଟଣାରୁ ପ୍ରକାଶ ଯେ, ଓଡି ୦୭ଏଲ୍ ୩୧୩୮ ନମ୍ବର ବିଶିଷ୍ଟ ଏକ ସ୍ୱିଫଟକାର କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ କାରଟି ରାସ୍ତା କଡରେ ଥିବା ଜମି ମଧ୍ୟରେ ଓଲଟପାଲଟ ମାରି ପଡିଥିଲା । ସୌଭାଗ୍ୟ ବସତଋ କାରଟିରେ ବେଲୁନ ଖୋଲିବା ପ୍ରକ୍ରିୟା ସଠିକ ସମୟରେ କାମ ଦେବାରୁ ଚାଳକ ସମେତ ଏଥିରେ ବସିଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ଦୁର୍ଘଟଣା ପରେ ଯାତ୍ରୀଙ୍କ ସମେତ ଚାଳକ ଅନ୍ୟ କୌଣସି ଗାଡିରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚାଲିଯାଇଥିବାର ଜଣାପଡିଛି । ତେଣୁ ଆହତ ବା ଗୁରୁତରଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ହେଲେ ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ପ୍ରକାରେ ଯାତ୍ରୀ କିମ୍ବା ଚାଳକଙ୍କୁ ଗୁରୁତର ଆଘାତା ଲାଗି ନଥିବାର ଜଣାପଡିଛି । ଘଟଣା ସମ୍ପର୍କେ ଖବର ପାଇ କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ପହଞ୍ଚି ଅନୁସନ୍ଧାନ ଚଳାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ