ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମରେ ଅନ୍ତେବାସୀଙ୍କୁ କରୋନା ପ୍ରତିଷେଧକ ଔଷଧ ବଂଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମର ଅନ୍ତେବାସୀମାନଙ୍କୁ ଭାରତ ବିକାଶ ପରିଷଦ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ କରୋନା ପ୍ରତିଷେଧକ (ଆରସେନିକ ଆଲବୋମିନ -୩୦)ହୋମିଓପ୍ୟାଥି ଔଷଧ ବଂଟନ କରାଯାଇଛି।ଏହି ଉପଲକ୍ଷେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଅତିଥି ଭାବେ ଯୋଗଦେଇ ଏହି ଔଷଧ ଅନ୍ତେବାସୀମାନଙ୍କୁ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି, ଶ୍ରୀକାନ୍ତ ନାୟକ, ପ୍ରମୋଦ ମହାପାତ୍ର, ଚିତ୍ତରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ