ପାଇଲ୍ସକୁ ମୂଳରୁ ନାଶ କରିବାର ଦେଶୀ ଉପାୟ
ଆଜିକାଲି ଅଧିକାଂଶ ଲୋକେ ପାଇଲ୍ସ ଅର୍ଥାତ ଅର୍ଶ ରୋଗରେ ପୀଡ଼ିତ। ଏହି ରୋଗ ଥରେ ଠିକ୍ ହୋଇଗଲା ପରେ ମଧ୍ୟ ପୁଣିଥରେ ଆରମ୍ଭ ହୋଇଯାଇଥାଏ। ଏହି କାରଣରୁ ମଳଦ୍ବାର ଆଖପାଖରେ ୱାର୍ଟ, ଶିର ଫୁଲିବା, ଜଳାପୋଡ଼ା ହେବା, ଅସହନୀୟ ଯନ୍ତ୍ରଣା, ୟୁରିନ୍ରେ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ଔଷଧ ସେବନ କରିବା ସହିତ ଅପରେସନ୍ର ସାହାରା ମଧ୍ୟ ନେଇଥାନ୍ତି। କିନ୍ତୁ କେତେକ ଘରୋଇ ଉପାୟ ଅବଲମ୍ବନ କରି ପାଇଲ୍ସକୁ ମୂଳରୁ ଶେଷ କରାଯାଇପାରିବ।
ଜାମୁକୋଳି ମଞ୍ଜି
ଜାମୁକୋଳି ମଞ୍ଜିକୁ ଶୁଖାଇ ପେଶି ଦିଅନ୍ତୁ। ପ୍ରତ୍ୟେକ ଦିନ ହାଲୁକା ଗରମ ପାଣି କିମ୍ବା ଛାଛ୍ ସହିତ ଏହି ଗୁଣ୍ଡରୁ ଏକ ଚାମଚ ଲେଖାଏଁ ସେବନ କରନ୍ତୁ। ଏହାଦ୍ବାରା ପାଇଲ୍ସରେ ରକ୍ତ ପଡ଼ୁ୍ଥିଲେ ଲାଭ ମିଳିବ।
ଗୋଲମରିଚ
ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ମିଶାଇ ଅଧଚାମଚ ମହୁ ସହିତ ପ୍ରତିଦିନ ସେବନ କରନ୍ତୁ। ଏହାଦ୍ବାରା ପାଇଲ୍ସ ସମସ୍ୟା ଦୂର ହୋଇଯିବ।
ଅଁଳା
ଅଁଳା ଗୁଣ୍ଡକୁ ପାଣିରେ ରାତି ସାରା ମାଟି ପାତ୍ରରେ ଭିଜାଇ ରଖନ୍ତୁ। ଏହାକୁ ଅପମାର୍ଗ ମୂଳ ଓ ମିଶ୍ରି ସହିତ ମିଶାଇ ସେବନ କରନ୍ତୁ। କିସ୍ମିସ୍ ୧୦୦ ଗ୍ରାମ୍ କିସମିସକୁ ସାରା ରାତି ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ହାତରେ ମଳି ପିଇ ଦିଅନ୍ତୁ। ଏପରି କରିବା ଦ୍ବାରା ପାଲଲ୍ସ ସମସ୍ୟା ଠିକ୍ ହୋଇଯାଏ।
ହରିଡ଼ା ଗୁଣ୍ଡ
ଅଧଚାମଚ ହରିଡ଼ା ପାଉଡର ପ୍ରତ୍ୟେକ ଦିନ ହାଲୁକା ଗରମ ପାଣିରେ ସେବନ କରନ୍ତୁ। ଏପରି କରିବା ଦ୍ବାରା କିଛି ଦିନ ଭିତରେ ପାଇଲ୍ସ ସମସ୍ୟା ଦୂର ହୋଇଯିବ।
ଅଳେଇଚ
ପାଇଲ୍ସର ଉପଚାର କରିବା ପାଇଁ ଅଳେଇଚ ବହୁତ ଉପଯୋଗୀ। ଏହାକୁ ବ୍ୟବହାର କରିବା ଦ୍ବାରା ୫୦ ଗ୍ରାମ୍ ଅଳେଇଚକୁ ତାୱାରେ ରଖି ଭଲ ଭାବେ ଭାଜି ଦିଅନ୍ତୁ। ଏହାକୁ ଥଣ୍ଡା କରି ପେଶି ଦିଅନ୍ତୁ। ପ୍ରତ୍ୟେକ ଦିନ ଖାଲି ପେଟରେ ଏହି ଚୂର୍ଣ୍ଣକୁ ପାଣି ସହ ସେବନ କରନ୍ତୁ।
ଅଞ୍ଜିର
ରାତିରେ ୩ରୁ ୪ଟି ଅଞ୍ଜିର ଭିଜାଇ ରଖିଦିଅନ୍ତୁ। ସକାଳୁ ଉଠି ଏହାକୁ ଗୁଣ୍ଡ କରି ଖାଲି ପେଟରେ ଖଆନ୍ତୁ। କିଛି ଦିନ ଲଗାତର ଏପରି କରିବା ଦ୍ବାରା ପାଇଲ୍ସ ସମସ୍ୟା ଦୂର ହୋଇଯିବ।
ଡାଳଚିନି
ଏକ ଚାମଚ ମହୁରେ ଏକ ଚତୁର୍ଥାଂଶ ଚାମଚ ଡାଳଚିନି ଗୁଣ୍ଡ ମିଶାଇ ପ୍ରତ୍ୟେକ ଦିନ ସେବନ କରନ୍ତୁ। ଏହାଦ୍ବାରା ପାଇଲ୍ସ ଖୁବ୍ଶୀଘ୍ର ଭଲ ହୋଇଯିବ।
ଅନ୍ୟ କେତେକ ଜରୁରୀ କଥା
ପାଇଲ୍ସ ହୋଇଥିଲେ ଗାଧୋଇବା ସମୟରେ ଗରମ ପାଣି ବ୍ୟବହାର କରନ୍ତୁ। ସବୁବେଳେ ବସିକି ଗାଧାନ୍ତୁ। ଏହାବ୍ୟତୀତ ପାଇଲ୍ସ ହୋଇଥିବା ସ୍ଥାନକୁ ତୁଳାରେ ଭଲ ଭାବେ ସଫା କରନ୍ତୁ। ଫୁଲା ଓ ଯନ୍ତ୍ରଣା କମ୍ କରିବା ଲାଗି କିଛି ସମୟ ଆଇସ୍ ପ୍ୟାକ୍ ଲଗାଇପାରିବେ। ୱାର୍ଟ କୁଣ୍ଡେଇ ହେଉଥିଲେ ପେଟ୍ରୋଲିୟମ ଜେଲି ବ୍ୟବହାର କରିପାରିବେ। ପାଇଲ୍ସ ହୋଇଥିବା ରୋଗୀଙ୍କୁ ସବୁବେଳେ କଟନ ଅଣ୍ଡରୱିଅର ପିନ୍ଧିବା ଉଚିତ। ଦିନରେ ଅତିକମ୍ରେ ୬ରୁ ୮ ଗ୍ଲାସ୍ ପାଣି ପିଇ ପାଇଲ୍ସ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଏହାବ୍ୟତୀତ ଏହି ରୋଗୀ ଅଧିକରୁ ଅଧିକ ବିଶ୍ରାମ ନେବା ଉଚିତ।


