୨୫ ବର୍ଷୀୟ ଡ୍ୟାନ୍ସରଙ୍କୁ ଡେଟ୍ କରୁଛନ୍ତି ମ୍ୟାଡୋନା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ ନିଜଠାରୁ ୧୦ ବର୍ଷ ଛୋଟ ଆମେରିକୀୟ ସିଙ୍ଗର ନିକ ଜୋନସ୍ଙ୍କୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା, ସେତେବେଳେ ଅନେକ ପ୍ରକାରର କଥା ଆଲୋଚନା ହୋଇଥିଲା। ତେବେ ପ୍ରଥମ ଥର ପାଇଁ କୌଣସି ଅଭିନେତ୍ରୀ ନିଜଠାରୁ ଛୋଟ ପୁଅକୁ ବିବାହ କରି ନାହାନ୍ତି। ଏହି କ୍ରମରେ ଯଦି କୌଣସି ଝିଅ ନିଜଠାରୁ ୩୬ ବର୍ଷ ଛୋଟ ପୁଅକୁ ବିବାହ କରିବା ସମ୍ପର୍କରେ ଭାବୁଛନ୍ତି, ତେବେ ଆପଣ କ’ଣ ଭାବିବେ। ବିଶ୍ବପ୍ରସିଦ୍ଧ କଣ୍ଠଶିଳ୍ପୀ ମ୍ୟାଡୋନାଙ୍କୁ ନେଇ ଠିକ୍ ଏମିତି କିଛି ଖବର ଶୁଣିବାକୁ ମିଳିଛି। ରିପୋର୍ଟ ମୁତାବକ ଆମେରିକାର ଲୋକପ୍ରିୟ କଣ୍ଠଶିଳ୍ପୀ ମ୍ୟାଡୋନା ୨୫ ବର୍ଷୀୟ ଆହଲାମାଲିକ ୱିଲିୟମ୍ସଙ୍କୁ ଡେଟ୍ କରୁଛନ୍ତି। ସେ ପେସାରେ ଜଣେ ନୃତ୍ୟଶିଳ୍ପୀ। ୱିଲିୟମ୍ସଙ୍କ ପିତା କହିଛନ୍ତି, ମ୍ୟାଡୋନା ପୂର୍ବରୁ କହି ସାରିଛନ୍ତି ଯେ ସେ ୱିଲିୟମ୍ସଙ୍କୁ ପ୍ରେମ କରୁଛନ୍ତି। ୱିଲିୟମ୍ସଙ୍କ ପିତା କହିଛନ୍ତି ଯେ ଯେତେବେଳେ ସେମାନେ ପରସ୍ପରଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ମ୍ୟାଡୋନାଙ୍କୁ ଭେଟିଥିଲେ। ୱିଲିୟମ୍ସ ଓ ମ୍ୟାଡୋନାଙ୍କ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବାରେ ଲାଗିଛି। ତାଙ୍କ ପୁଅ ନିଜଠାରୁ ବଡ଼ ଯୁବତୀଙ୍କୁ ଡେଟ୍ କରିବା ନେଇ ତାଙ୍କର କୌଣସି ସମସ୍ୟା ନାହିଁ। ପ୍ରେମର କୌଣସି ବୟସ ନାହିଁ, ସେ ତାଙ୍କ ପୁଅ ପାଇଁ ବହୁତ ଖୁସି ବୋଲି ୱିଲିୟମ୍ସଙ୍କ ପିତା କହିଛନ୍ତି।


