ପାଞ୍ଚ ବାସଗୃହ ଭସ୍ମୀଭୂତ

ନିମାପଡା, (ସନ୍ତୋଷ ଦାଶ) :-ନିମାପଡା ବ୍ଲକ ରଟିଲୋ ପଞ୍ଚାୟତ ଶେଉଳଖାଲ ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାର ର ୫ ବଖରା ବାସଗୃହ ଭସ୍ମୀଭୂତ ହୋଇଯାଇଛି ।ଗତକାଲି ବିଳମ୍ବିତ ରାତିରେ ଶେଉଳ ଖାଲ ଗ୍ରାମ ର ମନୋରଞ୍ଜନ ବାଘ, ସମୟ ରଂଜନ ବାଘ, ଦୀପ୍ତି ରଞ୍ଜନ ବାଘ, ରଶ୍ମି ରଂଜନ ବାଘ ଙ୍କ ବାସ ଗୃହ ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ନିମାପଡା ରୁ ଦମକଳ ବାହୀନି ଯାଇ ନିଆଁ କୁ ଆୟତ୍ତ କରିଥିଲେ ତେବେ ସେତେବେଳକୁ ୫ବଖରା ଗୃହ ଭସ୍ମୀଭୂତ ହୋଇଯାଇଥିଲା । ଘରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟ ର ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡ ର କାରଣ ଜଣା ପଡିନାହିଁ ।କ୍ଷତିଗ୍ରସ୍ତ ପରିବାର କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ରଟିଲୋ ସରପଞ୍ଚ ମନସ୍ବିନୀ ବେହେରା ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ