ବାଇକ ନିଆଁରେ ମାମୁଁ ମୃତ : ଭଣଜା ଗୁରୁତର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଭଞ୍ଜନଗର – ତାରସିଂ ମୁଖ୍ୟ ରାସ୍ତାର ବାରଦଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ଦେବା ଫଳରେ ବାଇକରେ ନିଆଁ ଲାଗି ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ବେଣୀପଲି ଗ୍ରାମର କାଳୁ ଚରଣ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାର ଭଣଜା ସାଗର ବେହେରା ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ଦଶପଲ୍ଲା ରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ବାରଦଣ୍ଡା ଛକ ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକଟି ଜୋରରେ ଏକ ଗଛକୁ ଧକ୍କା ଦେଇଥିଲେ। ଯାହାଫଳରେ ହଠାତ ବାଇକରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକଙ୍କ ଚେଷ୍ଟା ସତ୍ତ୍ୱେ କାଳୁକୁ ଉଦ୍ଧାର କରାଯାଇ ପାରିନଥିଲା । ଖବର ପାଇ ତାରସିଂ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ସାଗରକୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ଜଣାପଡ଼ିଛି । ଏ ନେଇ ବେଣୀପୋଲି ସରପଞ୍ଚ ଦୁର୍ଗାମାଧବ ନାୟକ ଓ ସମିତି ସଭ୍ୟ ମମତା ମହାନ୍ତି ଦୁଃଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ