ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଙ୍ଗ ପାର୍ଟି

କେନ୍ଦ୍ରାପଡା ,( ଯୁଗାବ୍ଦ ନ୍ୟୁଜ ) – ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୯୬-ପାଟକୁରା ବିଧାନସଭା ମତଦାନ ନିମନ୍ତେ ଗୁରୁବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ପୋଲିଙ୍ଗ ପାର୍ଟି ଗୁଡିକ ବୁତକୁ ଯାତ୍ରା ଆରମ୍ଭ କରିଥିବା ଦେଖାଯାଇଛି । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ଡେରାବିଶ ବ୍ଲକ ଅଧିନରେ ଥିବା ୧୪୫ଟି ବୁଥ,ମାର୍ଶାଘାଇ ବ୍ଲକ ଅଧିନରେ ଥିବା ୩୯ଟି ବୁଥ ଓ ଗରଦପୁର ବ୍ଲକ ଅଧିନରେ ଥିବା ୧୨୫ଟି ବୁଥ ଏଭଳି ମୋଟ ୩୦୯ଟି ବୁଥକୁ ପୋଲିଙ୍ଗ ପାର୍ଟି ଈଭିଏମ ଓ ଭିଭି ପାର୍ଟ ମେସିନ ସହିତ ସମସ୍ତ ନିର୍ବାଚନ ସଂକ୍ରାନ୍ତୀୟ କାଗଜପତ୍ର ଧରି ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବୁଥକୁ ଯାଇଥରବା ପୋଲିଙ୍ଗ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର,୩ଜଣ ପୋଲିଙ୍ଗ ଅଫିସର ଓ ଜଣେ ପୋଲିସ ପର୍ସୋନେଲ ଯାଇଥିବା ଜଣାପଡିଛି । ୩୦୯ଟି ବୁଥ ମଧ୍ୟରୁ ୧୩୮ଟି ଭନରେବୁଲ ବୁଥ ଥିବା ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥୀ କହିଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ପାଟକୁରା ବିଧାନସଭା ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ମତଦାନ ନିମନ୍ତେ ପୋଲିଙ୍ଗ ପାର୍ଟି ଗୁଡିକ ବୁଥକୁ ଯିବା ଏବଂ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଉପଜିଲ୍ଲାପାଳ ତଥା ୯୬-ପାଟକୁରା ନିର୍ବାଚନ ମଣ୍ଡଳିର ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର,ଅତିରିକ୍ତ ଉପଜିଲ୍ଲାପାଳ ପ୍ରଣୟ କୁମାର ଜେନା,ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥ.ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା ପ୍ରମୁଖ ପରିଚାଳନା କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ