ପାଟକୁରା ନିର୍ବାଚନ ମଣ୍ଡଳିରେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ବୈଠକ

କେନ୍ଦ୍ରାପଡା ,( ଯୁଗାବ୍ଦ ନ୍ୟୁଜ ) – ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ କଂଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ ଦୀର୍ଘ ୫ଦିନ ଧରି ରହି ବିଭିନ୍ନ ସ୍ଥାନରେ ବୈଠକ କରି ଦଳର ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ନିମନ୍ତେ ଭୋଟ ପ୍ରଚାର କରିଥିବା ଜଣାପଡିଛି । ସେ ପାଟକୁରା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗରଦପୁର ବ୍ଲକର ତେଣ୍ଡାକୁଡା, ନଇଁନ୍ଦିପୁର,ପାଟକୁରା,ତଳକୁସୁମା,ବିଜେପୁର,ଚାଟରା,ପଳସୁଦ୍ଧା ପ୍ରଭୃତି ସ୍ଥାନରେ ଏବଂ ଡେରାବିଶ ବ୍ଲକର ଓଲଢି,ମନ୍ତ୍ରୀପଡା,ହଳଦି।।,ମୁଗୁଲବାଗ,ଜମଧର,କଣିପଡା ଓ ସବଳଙ୍ଗ ପ୍ରଭୃତି ସ୍ଥାନରେ ଥିବା ମୁସଲମାନ ସଂପ୍ରଦାୟର ବସ୍ତି ଗୁଡିକରେ ବୈଠକରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଏକଜୁଟ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବିଜୁ ଜନତା ଦଳର ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ । ଏତଦବ୍ୟତିତ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଡେରାବିଶ ପଂଚାୟତର ଲୋକମାନଙ୍କୁ ଏକାଠି କରିବା ସହିତ ଡେରାବିଶ ବଜାର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟମାନଙ୍କ ସହ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ