ପାଟପୁର ପୋଲିସ ର ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଶୁକ୍ରବାର ସନ୍ଧ୍ୟା ରେ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଡେଙ୍ଗାଓସ୍ତା ଗ୍ରାମର କୈଳାଶ ପାତ୍ର l ଶୁକ୍ରବାର ସନ୍ଧ୍ୟା ରେ ପାଟପୁର ପୋଲିସ କୌଣସି ସୂତ୍ରରୁ ଖବରପାଇ ଡେଙ୍ଗାଓସ୍ତା ରେ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି ପାଟପୁର ପୋଲିସ । ଏନେଇ ପାଟପୁର ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି ।ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହେବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l


