ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିନରେ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ ସ୍କୁଲ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ ଆସୋସିଏସନ ପକ୍ଷରୁ ଚାଲିଥିବା ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଷଷ୍ଠ ଦିବସରେ ପାୱାର ସିକ୍ସ ଦଳ ବିଜୟୀ ହୋଇଛି । ଦାରିଙ୍ଗିବାଡି ସିକ୍ସ ଦଳକୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ଦଳ ବିଜୟ ହାସଲ କରିଛି । ଏଥିରେ ଅତିଥି ଭାବେ ରୋଟାରୀୟନ ତଥା ଶିକ୍ଷାବିତ୍ ଏସ.ରେଖା ମହାନ୍ତି, ଶିକ୍ଷାବିତ୍ ବିଘ୍ନେଶ୍ୱର ରଥ , ଯୁବ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ସ୍ୱାଇଁ, ଗଂଜାମ ବ୍ଲକ ଶିକ୍ଷାଅଧିକାରୀ ଭାଗିରଥୀ ବେହେରା, ଅତିରିକ୍ତ ଗଂଜାମ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା, ଭାରତୀୟ ଡାକ ବିଭାଗ ମାର୍କେଟିଂ ଏକଜ୍ୟୁଟିଭ ଗୈାରହରି ପଣ୍ଡା , ଅବସରପ୍ରାପ୍ତ ସେକ୍ସନ ଅଫିସର ଡଃ ପ୍ରଶାନ୍ତ କୁମାର ଶତପଥୀ , ହାଇକୋର୍ଟର ଓକିଲ ପଦ୍ମ ଚରଣ ସାହୁ ଓ ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ରାଇଜିଙ୍ଗ ଷ୍ଟାର ଭଲିବଲ ଆସୋସିଏସନ୍ ର ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ସରୋଜ ବେହେରା, ଉପଦେଷ୍ଠା ପ୍ରକାଶ ଚନ୍ଦ୍ର ସେଠି ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନେଜର ବିପ୍ର ଚରଣ ସାହୁ ଓ କୋଷାଧ୍ୟକ୍ଷ ରଘୁନାଥ ସାହୁ, ବାଲାଜୀ, ଶିବ, ମଣ୍ଟୁ, ସୁକାନ୍ତ ଓ ସନ୍ତଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚରେ ରେଫେରୀ ଭାବେ ଗୋବିନ୍ଦ ନାୟକ, ଲାଇନ ମ୍ୟାନ ଭାବେ କାରୀ ଓ ବଣ୍ଟି, ସ୍କୋରର ଭାବେ ନାରୁ ଓ ଉଦଘୋଷକ ଭାବେ ମଣ୍ଟୁ ସୂଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଦାରିଙ୍ଗିବାଡି ଦଳ ଟିଙ୍ଗିରି କୁ ଆଜି ପୁରସ୍କାର ପ୍ରଦାନ କରାଯାଇଛି ।


