ପାଠ ପଢ଼ାଉଥିବା ବେଳେ ଅଚେତ ହୋଇଗଲେ ଶିକ୍ଷକ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଲି ଦୋକାନ ନିକଟସ୍ଥ ଜମରା ପ୍ରାଥମିକ ବିଦ୍ୟାଳୟ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିଲା।ପାଠ ପଢ଼ାଉଥିବା ବେଳେ ଉକ୍ତ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପବିତ୍ର ମୋହନ ସ୍ବାଇଁ ହଠାତ ଅଚେତ ହୋଇ ପଡ଼ିଥିଲେ। ପୂର୍ବରୁ ତାଙ୍କର ମଧୁମେହ, ଗ୍ୟାସ ଓ ହୃଦଘାତ ଜନିତ ସମସ୍ୟା ରହିଛି। ମଧ୍ୟାହ୍ନ ଭୋଜନ ପରେ ସେ ସ୍କୁଲରେ ପାଠ ପଢ଼ାଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଅଚେତ ହୋଇ ପଡ଼ିଥିଲେ। ପ୍ରଧାନ ଶିକ୍ଷକ ବିପିନ ବିହାରୀ ନନ୍ଦୀ ଗ୍ରାମବାସୀଙ୍କୁ ଡାକି ଏ ସଂପର୍କ ରେ ଜଣାଇବା ପରେ ଗ୍ରାମବାସୀ ମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଅଚେତ ଅବସ୍ଥାରେ ଥିବା ଶିକ୍ଷକ ଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କ ର ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁରୀ ମେଡ଼ିକାଲରେ ସିଆରସିସି ଦେବାଶିଷ ବାହିନୀପତି ଓ ବାଲିଦୋକାନ ସିଆରସିସି ସସ୍ମିତା ତ୍ରୀପାଠୀ ପହଁଚି ଶିକ୍ଷକଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦୀ ମେଡ଼ିକାଲରେ ତାଙ୍କର ଦେଖାଶୁଣା ପାଇଁ ଉପସ୍ଥିତ ରହିଛନ୍ତି । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଅଚେତ ହୋଇପଡ଼ିବା ଘଟଣା ସବୁଆଡେ ଆଲୋଚନା ର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ