ପାଣି ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବର୍ଷାଜଳ ନିଷ୍କାସନ ନହେବାରୁ ୧୨ଶହ ଏକର ଚାଷଜମିର ଫସଲ ନଷ୍ଟ ହେବାକୁ ଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଂଚାୟତର କୋରୁଆ ମୈାଜାର ପ୍ରାୟ ୧୨ଶହ ଏକର ଚାଷଜମି ଉପରେ ପ୍ରାୟ ୨ଫୁଟ ଉଚ୍ଚତାର ପାଣି ଭରି ରହିଥିବାରୁ ଫସଲ ନଷ୍ଟ ହେବାକୁ ଯାଉଥିବା ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଲଘୁଚାପ ଜନିତ ବର୍ଷା ଓ ଗୋବରୀ ନଦୀର ପାଣି ପଶି କୋରୁଆ ମୈାଜାର ଚାଷଜମିର ଫସଲ ନଷ୍ଟ ହେବାକୁ ବସିଥିବା ବେଳେ କୃଷି ବିଭାଗ କିମ୍ବା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଅନ୍ୟପକ୍ଷରେ ଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ଓ ଧାର ଉଦ୍ଧାରକରି ଚାଷରେ ସମସ୍ତ ଅର୍ଥ ଖଟାଇଥିବା ବେଳେ ଏବେ ପରିସ୍ଥିତିକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ।ଏଣୁ ଗୋବରୀ ନଦୀ ରେ ଏକ ଘେରୀବନ୍ଧ କରାଗଲେ କୋରୁଆ ଗ୍ରାମର ୧୨ଶହ ଏକର ଚାଷଜମି ରକ୍ଷାପାଇ ପାରିବ ବୋଲି ଜିଲ୍ଲା ବିଜେଡି କୃଷକ ସଭାପତି ସୈାମେନ୍ଦ୍ର ଦାସ, ନିରାକାର ସାହୁ, ଦୁଷ୍ମନ୍ତ ଦାସ, ଗନ୍ଧର୍ବ ସାହୁ, ଅନିଲ ଦାସ, ସଂଗ୍ରାମ ଦାସ, ଶ୍ରୀକାନ୍ତ ସାହୁ, ନିରଞ୍ଜନ ସାହୁ, ମଗା ମଳିକ, ବାଉରୀ ମଳିକ, ଅଲେଖ ସାହୁ, ଫୁସି ମଳିକ, ଖଗେଶ୍ୱର ଦାସ, ଅନନ୍ତ ଲେଙ୍କା, ଗୈାରାଙ୍ଗ ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି ।


