ବାଇକ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନା କଲା ହିଂଜିଳି ପୋଲିସ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ପ୍ରତିବର୍ଷ ଜାନୁୟାରୀ ମାସର ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ହିଂଜିଳି ପୋଲିସ ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଅଛି । ବେପାରୁଆ ଗାଡ଼ି ଚାଳନା, ସଡ଼କ ସୁରକ୍ଷା ନିୟମ ଉଲଘଂନ ଏବଂ ସଡ଼କ ବ୍ୟବହାରୀକାରୀ ମାନଙ୍କ ଅସାବଧାନତା ଦୂର୍ଘଟଣାର ମୁଖ୍ୟ କାରଣ । ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୂର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସଡ଼କ ଦୂର୍ଘଟଣା ହ୍ରାସ କରିବାରେ ଜନ ସଚେତନତାର ବିଶେଷ ଭୂମିକା ରହିଛି । ଜୀବନ ଅମୂଲ୍ୟ, ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଥିଲେ । ଗଂଜାମ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଓ ହିଂଜିଳି ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଗୁରୁବାର ପୂର୍ବାହ୍ନରେ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଥାନା ଆଇଆଇସି ଦାସଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ଗଂଜାମ ଜିଲ୍ଲା ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ କେ. ଭେଙ୍କେଟଶ୍, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ଆସିକା ସାଂସଦଙ୍କ ବ୍ୟକ୍ତଗତ ସହାୟକ ନିଳମଣି ପଟ୍ଟନାୟକ ସମାଜସେବୀ ଶୈଳେନ୍ଦ୍ର ଚୌଧୁରୀ ପ୍ରମୁଖ ମଂଚାସିନ ଥିଲେ । ଅତିଥି ବୃନ୍ଦ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ ଓ ଉପସ୍ଥିତ ଅଧିକାରୀ, ଅତିଥି ଓ ଶିକ୍ଷାର୍ଥୀ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସକାଶେ ଶପଥ ପାଠ କରିଥିଲେ । ପରେ ସରକାରୀ ବୃନ୍ଦାବନ ବିଦ୍ୟାଳୟର ଶିକ୍ଷାର୍ଥୀ, ଜୁନିୟର ରେଡ଼କ୍ରସ ବାହୀନି, ଜାତୀୟ ସମର ଶିକ୍ଷାର୍ଥୀ ବାହୀନି ଓ ପୋଲିସ ପ୍ରଶାସନ ମିଳିତ ଭାବେ ହାତରେ ପ୍ଳା କାର୍ଡ଼, ବ୍ୟାନର ଧରି ସଡ଼କ ସୁରକ୍ଷା ନିୟମ ସମନ୍ଧୀୟ ସ୍ଳୋଗାନ ନେଇ ନଗର ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଗାଡ଼ି ଚାଳକଙ୍କୁ ସିଲ୍ଟ ବେଲ୍ଟ ବାନ୍ଧିବା ଓ ବାଇକ ଚାଳକଙ୍କୁ ହେଲମେଟ ବ୍ୟବହାର କରିବା ସହ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଅନୁରୋଧ କରିବା ସହ ଗୋଲାପ ଫୁଲ ଦେଇ ସଚେତନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର, ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ତ୍ରିରଙ୍ଗା ସେବା ସଂଘ କର୍ମକର୍ତା, ଯୁଧିଷ୍ଟିର ସ୍ୱାଇଁ, ପ୍ରଭୁଦତ ପାତ୍ର, ଶରତ ସାବତ, ଡ଼ିସକଭର ସଂଯୋଜକ କାହ୍ନୁ ଚରଣ ପଣ୍ଡାଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ହିଂଜିଳି ଥାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।


