ପାଣ୍ଡୁ ପାଣି ଗ୍ରାମପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ଜୋରଦାର ପ୍ରଚାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ପଣ୍ଡୁପାଣି ଗ୍ରାମପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ଜମାମଣି ଷୁଣ୍ଢି ନିଜ ସମର୍ଥକମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଜଣେ ଯୁବା ସମାଜସେବୀ, ସୁସଂସଗଠିକା, ଧର୍ମପରାୟଣା ମହିଳା, ତିରିଂବ୍ଲକର କାର୍ୟ୍ୟରତ ଅଧ୍ୟକ୍ଷା, ଚାକିରୀ ପଛରେ ନ ଗୋଡ଼ାଇ ସମାଜ ସେବା କ୍ଷେତ୍ରରେ ପାଦ ଆଗକୁ ବଢାଇଛନ୍ତି । ସେ ନିଜେ ଜଣେ ଆଦିବାସୀ ମହିଳା । ଆଦିବାସୀ ମାନଙ୍କର ଦୁଃଖ ସେ ନିଜେ ଲିଭାଇବା ସହ ଅଙ୍ଗେ ଦେଖିଛନ୍ତି ।ତେଣୂ ଶିକ୍ଷାକୁ ଗୁରୁତ୍ବ ଦେଇ ନିଜେ ଉଚ୍ଚ ଶିକ୍ଷିତା ହୋଇ ଏକ ଦୁର୍ନିତୀ ମୁକ୍ତ ସମାଜ, ଅନ୍ଧ ବିଶ୍ବାସ ବିରୋଧରେ ଲଢେ଼ଇ, ନାରୀ ଶୀକ୍ଷା, ଅଂଚଳର ବିକାଶ ଏବଂ ଏହି ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ସେ ଲଢେଇ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପଞ୍ଚାୟତ ବାସୀ ତାଙ୍କୁ ପୁର୍ଣ ସମର୍ଥନ ମିଳୁଛି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ, ପାନୀୟ ଜଳ, ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଝାଉଛନ୍ତି । ତାଙ୍କର ପ୍ରଚେଷ୍ଟା ଯୋଗୁଁ ତିରିଂ ବ୍ଲକର ବହୁ ଉନ୍ନୟନମୂଳକ କାର୍ୟ୍ୟକ୍ରମ ହୋଇଛି । ଯାହାଫଳରେ ସିମାନ୍ତରେ କୋଟିଆ ଭଳି ପରିସ୍ଥିତି ନ ହୋଇ ଓଡ଼ିଶାରେ ଏବଂ ରାଜ୍ୟ ସରକାରଙ୍କ ବହୁ ଉନ୍ନତିମୂଳକ ଯୋଜନାରେ ଲକେ ନିଜକୁ ସାମିଲ କରିଛନ୍ତି । ଓଡିଶା ସରକାରଙ୍କ ଆସ୍ଥା ଉପରେ ବିଶ୍ବାସ ରଖିଛନ୍ତି । ଆଗକୁ ତିରିଂବାସୀଙ୍କୁ ଅଧିସେବା ଦେବା ପାଇଁ ସେ ସମସ୍ତଙ୍କ ଭୋଟ ଆଶୀର୍ବାଦ ଭିକ୍ଷା କରିଛନ୍ତି ।


