ବିଜେଡି ମିଶ୍ରଣ ପର୍ବରେ ବିଜେପି କର୍ମୀ ସାମିଲ
ଅନୁଗୋଳ, ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରଶାନ୍ତି ହୋଟେଲ ଠାରେ ହୋଇଥିବା ବିଜେଡି ମିଶ୍ରଣ ପର୍ବରେ ବିଜେପିର ଶତାଧିକ କର୍ମୀ ଆଜି ବିଜେଡି ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି l ଶ୍ରୀ ସିଂହଙ୍କ ସହ ବିଜେଡି ରାଜ୍ୟ ସମ୍ପାଦକ ମୀନକେତନ ଅମାନ୍ତ ଓ ବହୁ ବିଜେଡି ନେତା ଯୋଗ ଦେଇଥିଲେ l ଆଖାପାଖର ସୁସୁବା, ଖିଣ୍ଡା, କାଙ୍ଗୁଲା, ଖଲାରୀ, ବସଲା ପ୍ରଭୃତି ଗ୍ରାମର ତିନିଶହ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ l


