ପାନୀୟ ଜଳ ର ସମସ୍ୟା ସମାଧାନ ନ ହେଲେ ରାଜ ରାସ୍ତା କୁ ଓଲାଇବାକୁ ଚେତାବନୀ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠି କାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି ନା ଅଛି କୋଣସୀ ସୁବିଧା ଖାଲି କାଗଜପତ୍ର ରେ ଉଲେଖ ରହିଛି I ଉର୍ଣ୍ଣତି ଦର୍ଶାଇ ଆଗେ ଯେପରି ଜଙ୍ଗଲ ରୁ ଫଳ ମୂଳ ଆଦାୟ କରି ପରିବାର ପୁଷଣ ସହ ପାହାଡିଆ ପାଣି ପିଇବା କୁ ପଡୁଥିଲା ଏବେ ମଧ୍ୟ ସେଇ ଅବସ୍ଥାରେ ଗତି କରିଛି I ବିକାଶ ନାମ କୁ ମାତ୍ର ମୋହନା ବ୍ଲକ ର କର୍ଚ୍ଚବାଡ଼ି ପଞ୍ଚାୟତ ୨ନଂ ୱାଡ଼ ଯାହା କି ପଞ୍ଚାୟତ ଠାରୁ ମାତ୍ର୫କିମି ଦୂର ପରମଙ୍ଗା ଗ୍ରାମ ଏଠି ବସବାସ କରନ୍ତି୧୨୮ପରିବାର ଜନ ସଂଖ୍ୟା ପ୍ରାୟ୬ସହ ରୁ ଉର୍ଦ୍ଧ ଏଠି ପକା ଘର କମ ରହିଥିବା ବେଳେ ଚାଳ ଛପର ରହିଛି ଅଧିକ ଘର ମୁଖ୍ୟ ସମସ୍ୟା କହିଲେ ଗ୍ରାମରେ ୭ଟି ନଳକୂପ ଖନ୍ଦନ ହୋଇଥିବା ବେଳେ କାମରେ ଲାଗୁନି ଗୋଟିଏ ମଧ୍ୟ ଅଚଳ ହୋଇ ପଡିଛି ସବୁ ନଳକୂପ କୁଉଁ ରହିଛି୬ଟି ତାହା ମଧ୍ୟ ପାଣି ଶୁଖିବାର ଲାଗିଲାଣି ଆଉ ଏଇ ପାଣି ପିଇ ଜର ନାର ହେଉଥିବା କହିଛନ୍ତି I ଗ୍ରାମ ର ମହିଳା ଖାଲି ଏତିକି ନୁହେଁ ସୋଲାର ଯୁଗେ ପାଣି ଯୁଗାଇବା ପାଇଁ କାମ ହୋଇଥିଲେ ମଧ୍ୟ ତାହା କିଛି ଦିନ ଚାଲିବା ପରେ ଅଚଳ ହୋଇ ପଡିଛି I ଖୁଲା ମେଲାରେ ଏହି ବିଷୟରେ ଗ୍ରାମ ବାସୀ ଲେଖିତ ଏକ ଅଭିଯୋଗ ପୃବତନ ବିଡ଼ିଓ ବଂଶୀ ଧର ଖୁସଲା ଙ୍କୁ ଦେଇଥିଲେ କିନ୍ତୁ କୋଣସୀ କାମହୋଇନି ସେଭଳି ପାନୀୟ ଜଳ ଯୋଗାଣ ବିଭାଗ କୁ ମଧ୍ୟ ବହୁ ବାର ଦଉଡି ଅଭିଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି ଅନ୍ୟ ପଟେ ଗ୍ରାମ ବାସୀ ଶୁକ୍ରବାର ଦିନ ମୋହନା ବିଡ଼ିଓ ଙ୍କୁ ଭେଟି ଫୁଣି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି I ପାନୀୟ ଜଳ ଯୋଗାଣ ତୁରନ୍ତ ନ ହେଲେ ରାଜ ରାସ୍ଥା କୁ ଉଲାଇବା ପାଇଁ ଚେତାବନୀ ଦେଇଛନ୍ତି I ପ୍ରକାଶ ଥାଉକି ଗ୍ରାମ ଅଞ୍ଚଳରେ ଲୋକ ଙ୍କୁ ପାନ୍ୟ ଜଳ ଯୋଗାଇ ବାରେ ଫେଲ ମାରିଚି ମୋହନା ଜଳ ଯୋଗାଣ ବିଭାଗ କାରଣ ଅନେକ ସ୍ଥାନ ରେ ଅଧା ପାନ୍ତରିଆ କାମ କରି ଯନ୍ତ୍ରୀ ଅରୁଣ ଜେନା ଓ ଠିକା ଦାର ମଧୁଚନ୍ଦ୍ରିକା କରି ଟଙ୍କା ଲୁଟିବାରେ ଲାଗିଛନ୍ତି ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି I


