ପାରଳାଖେମୁଣ୍ଡିରୁ ରୁପେଶ ଓ ମୋହନାରୁ ଅନ୍ତର୍ଯ୍ୟାମୀ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବଚନ ମଣ୍ଡଳୀର ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ଅପରାହ୍ନରେ ବିଜେଡି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଜପତି ଜିଲାର ଦୁଇଟି ନିର୍ବଚନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରୂପେଶ କୁମାର ପାଣିଗ୍ରାହୀ ଓ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଭୃଗୁ ବକ୍ସିପାତ୍ରଙ୍କୁ ଚୟନ କରାଯାଇଛି। ଏହାକୁ ନେଇ ଗଜପତି ଜିଲ୍ଲା ବିଜେଡ଼ି ଦଳ ନେତା ଓ କର୍ମୀମାନଙ୍କ ଠାରେ ଖୁସିର ଲହରୀ ଖେଳିଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ