ପାରଳାଖେମୁଣ୍ଡିରେ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ପାରଳାଖେମୁଣ୍ଡି :(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପାରଳାଖେମୁଣ୍ଡି ବନଖଣ୍ଡ ଏବଂ ଦେବଗିରି ବନାଞ୍ଚଳ ତରଫରୁ ୬୫ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନେଇ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା ପାରଳା ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଡିଏଫଓ ବିବେକ ତ୍ୟାଗୀ ସବୁଜ ପତକା ଦେଖାଇ ଶୁଭରାମ୍ଭ କରିଥିଲେ । ଅକ୍ଟୋବର ୨ତାରିଖ ଠାରୁ ଆଗାମୀ ୮ ତାରିଖ ଯାଏଁ ଲୋକଙ୍କୁ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ମହାରାଜା ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଶକେତୁ ଦାସ, ଏସିଏଫଓ ପ୍ରଭାକର ନାୟକ,ଦେବଗିରି ରେଞ୍ଜ ଅଧିକାରୀ ଏନ.ନରସିଂହମ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ