ପାରଳାଖେମୁଣ୍ଡି ଉପ କାରାଗାରର କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରର କର୍ମଚାରୀ ମାନଙ୍କ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି। ସୂଚନା ଯେ ଉପ କାରାଗାର କର୍ମଚାରୀ ମାନେ ୧୩.୯.୨୦୨୩ ତାରିଖ ଠାରୁ ୨୪.୯. ୨୦୨୩ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟରତ ରହିବେ। ୫ ଦଫା ଦାବି ଗୁଡିକ ହେଲା ୧୯୦୦ ରୁ ୨୦୦୦ ଗ୍ରେଡ ପେ,ଉପ ଖଣ୍ଡ ସ୍ତରୀୟ ବଦଳି କୋହଳ କରିବା,ଖାଦ୍ୟ ଭତ୍ତା ବୃଦ୍ଧି କରିବା ଏହିଭଳି ବିଭିନ୍ନ ଦାବି ରହିଛି। ଏହି ଦାବି ପୁରଣ ନହେଲେ ୨୫ .୯. ୨୦୨୩ ଠାରୁ ଉପ କାରାଗାର ସମ୍ମୁଖରେ କଳା ବ୍ୟାଜ ପରିଧାନ କରିବା ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳା ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ସଙ୍ଘ ସଭାପତି ଜୀ ରମେଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୀ ରମେଶ, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ସେଠୀ, କେ ରମେଶ ରେଡ୍ଡି, ବାଉରୀ ବନ୍ଧୁ ସେଠୀ, ଏସ ନାଗରାଜୁ, ଏନ ଚିରଞ୍ଜିବି, ମିନାକ୍ଷୀ ରେଡ୍ଡୀ, ଗୀତାଞ୍ଜଳି ବେହେରା ପ୍ରମୁଖ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଥିବା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ