ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଆଜି ଗଜପତି ଷ୍ଟାଡିୟମ୍ ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି। ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସଭାପତିତ୍ବ କରିଥିଲେ ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଗୌର ଚନ୍ଦୋ ଗମାଙ୍ଗ, ପ୍ରକଳ୍ପ ନିର୍ଦ୍ଧେଶକ, ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ଗଜପତି,ପୌରପରିଷଦ ଉପ-ଅଧ୍ୟକ୍ଷ ଶ୍ରୀଯୁକ୍ତ ଲେଙ୍କା ମଧୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଡେପୁଟୀ କଲେକ୍ଟର ଶ୍ରୀ ତ୍ରିନାଥ ସାହୁ ଓ ଶ୍ରୀ ସୁଜିତ୍ ତ୍ରୀପାଠୀ, କାଉନସିଲର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଯୁବ କ୍ରୀଡ଼ା ଉତ୍ସବ ତା ୩ ଜାନୁୟାରୀ ଠାରୁ ତା ୮ ଜାନୁୟାରୀ ପର୍ଯ୍ୟନ୍ତ ୬ ଦିନ ଧରି ଚାଲିବ ଏହି କ୍ରୀଡ଼ା ଉତ୍ସବରେ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳର ୧୩ ବର୍ଷ ରୁ ୩୫ ବର୍ଷ ବୟସର ନାମ ପଞ୍ଜୀକରଣ କରିଥିବା ସମସ୍ତ କ୍ରୀଡାବିତ୍ ଓ ଛାତ୍ରଛାତ୍ରୀ ମାନେ ଭାଗ ନେଇ ପାରିବେ ଯତା କ୍ରିକେଟ୍, ଫୁଟବଲ, ହକି, କବାଡି, ଖୋ-ଖୋ ଓ ଭଲିବଲ୍ ଇତ୍ୟାଦି ଖେଳ ଅନୁଷ୍ଠିତ ହେବ। ଏହି ସମସ୍ତ ପ୍ରତିଯୋଗୀତାରେ ପୌର ପରିଷଦର ନାମ ପଞ୍ଜୀକରଣ କରିଥିବା ଖେଳାଳୀ ଅଂଶ ଗ୍ରହଣ କରିବେ।ଆଜିର ଏହି ଉତ୍ସବରେ ପୌରପରିଷଦ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡି.ଯୁଧିଷ୍ଟିର, ସଂଜିତ୍ ଚମ୍ଫାତୀ, ବିଜୟ ପାଢ଼ୀ ସମେତ ପୌରପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ପୌରପରିଷଦର କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ନକୁଳ ଚନ୍ଦ୍ର ବିଷୋୟୀ ଓ ଶାନ୍ତିଲତା ପୋଲେଇ ମଞ୍ଚ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ