ଛାତ୍ରବତ୍ସଳ ଶିକ୍ଷୟତ୍ରୀ ସୁରମାରାଣୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ସୁରମାରାଣୀ ମିଶ୍ର ନୂଆବର୍ଷରେ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ଏହି ଅବସରରେ ସ୍କୁଲର ପ୍ରଧାନ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଅଧକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା. ଏଥିରେ ସିଆରସିସି ଉମା ପତି, ଶିକ୍ଷୟତ୍ରୀ ଅନୁପମା ଟାଟା, ସସ୍ମିତା ପଣ୍ଡା, ବବିତା ପାଢ଼ୀ, ସରିତା ପଟ୍ଟନାୟକ, ଶିକ୍ଷକ ଜୟଦେବ ଗମାଙ୍ଗ ପ୍ରମୁଖ ଉଦବୋଧନ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ରଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସେମାନେ ତାଙ୍କ ବକ୍ତବ୍ୟରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ର ଜଣେ ଛାତ୍ରଛାତ୍ରୀବତ୍ସଳ ଥିଲେ ଏବଂ କ୍ଲାସରେ ପାଠ ପଢାଇ ବାରେ କେବେ ହେଳା କରୁନଥିଲେ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର କାର୍ଯ୍ୟ କଳାପ ଏବଂ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇ ବାର ଶୈଳୀ ସଦାବେଳେ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ପରିଶେଷରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ର ସ୍କୁଲରେ ଅଧ୍ୟୟନ ରତ ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ତରଫରୁ ଗୋଟିଏ ଗୋଟିଏ ସ୍କୁଲ ବ୍ୟାଗ୍ ପ୍ରଦାନ କରିଥିଲେ l


