ପାରଳାରେ ବିଦ୍ୟୁତ ବିଭ୍ରାଟ ଓ ରେଲିଜାତିକୁ ଅନୁସୂଚିତ ଜନଜାତି ମାନ୍ୟତାକୁ ନେଇ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଇ ପ୍ରବଳ ଗରମ ଅନୁଭୁତ ହେଉଛି । ଏପରି ସ୍ଥଳେ ବିଦ୍ୟୁତ ବିଭ୍ରାଟ ଜନମାନସକୁ ଅଧିକ କଷ୍ଟ ଦେଉଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ବିଧାନସଭାରେ ଘନଘନ ବିଦ୍ୟୁତ୍ କାଟ୍‌କୁ ନେଇ ପ୍ରଶ୍ନ କରିଥିଲେ । ସେ କହିଥିଲେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଶକ୍ତି ବିଭାଗକୁ ଦେଉଥିବା ସତ୍ତ୍ୱେ ବିଦ୍ୟୁତ୍ କାଟ୍ ପ୍ରମାଣିତ କରୁଛି କି ଉକ୍ତ ଅର୍ଥରାଶି ଠିକ ଭାବେ ବିନିଯୋଗ ହେଉନାହିଁ । ସେହିପରି ଆଉ ଏକ ପ୍ରଶ୍ନରେ ସେ ପଚାରିଥିଲେ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଆଜି ପର୍ଯନ୍ତ ରେଲିମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲା ନାହିଁ । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରେଲି ସମ୍ପ୍ରଦାୟର ବହୁ ପରିବାର ବସବାସ କରୁଛନ୍ତି । ଏମାନଙ୍କୁ ଅତିତୁରନ୍ତ ଅନୁସୂଚିତ ଜନଜାତିର ମାନ୍ୟତା ଦେବା ପାଇଁ ବିଧାୟକ ଦାବି କରିଥିଲେ । ତେବେ ଏହି ଦୁଇଟି ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀମାନେ ସନ୍ତୋଷଜନକ ଉତ୍ତର ପ୍ରଦାନ କରି ନ ଥିବାରୁ ପାରଳା ବିଧାୟକ ଶ୍ରୀ ରାଓ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ