ପାରଳାରେ ଭକ୍ତିମୟ ପରିବେଶରେ ଭାଗବତ ପାରାୟଣ ସପ୍ତାହ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରୀ ସାହି ଠାରେ ଭକ୍ତିମୟ ପରିବେଶରେ ଭାଗବତ ପାରାୟଣ ସପ୍ତାହ ଆରମ୍ଭ ହୋଇଯାଇଛି । ଉକ୍ତ ର୍କ୍ୟାକ୍ରମରେ ଗୁରୁ ସାନ୍ତନୁ କୁମାର ପଣ୍ଡା ଦୈନନ୍ଦିନ କଥାମୃତ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେଉଥିବାର ଜଣାପଡିଛି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ, ନନ୍ଦ ଉତ୍ସବ ଆଦି ସହ ଗିରିଗୋବର୍ଦ୍ଧନ ଆଦି ସମ୍ପର୍କରେ ପ୍ରବଚନ ଦେବେ । ସପ୍ତାହ ବ୍ୟାାପୀ ଉକ୍ତ କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ମିଶ୍ର, କମଳକାନ୍ତ ପାଢୀ ପ୍ରମୁଖ ସହଯୋଗ କରିବେ ବୋଲି ଜଣାପଡିଛି । ଏହିକାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସହରର ବହୁ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଯୋଗ ଦେଇଛନ୍ତି । ମାତା ଅନୁସୂୟା ଦେବୀ (ଅନିତା ମିଶ୍ର) ପରିଚାଳନା କରୁଛନ୍ତି ।


