କନ୍ଧମାଳ ଜିଲ୍ଲା ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳାକାନ୍ତ ପାଣ୍ଡେ ଆବାହକ ତଥା ସମାଜସେବୀ ଅଶୋକ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣଧାରଣାରେ ଡଃ.ଅରୁପ ଜେନା, ସଂଯୋଜକ ପ୍ରଣବ ମଣ୍ଡଳ, ସୁନୀଲ ପଟନାୟକ, ନାରାୟଣ ସାହୁ, ସମାଜସେବୀ ବିରଜା ପ୍ରସାଦ ରଥ, ପ୍ରମୋଦ ସାହୁ, ଅମୀୟ ଦାସ, ବ୍ରଜ ପଟନାୟକ, ରାଜୁ ପାଢୀ, କେ. ଜ୍ଞାନ୍ ଦୋରା, ପ୍ରସନ୍ନ ବେହେରା, କୁଇ ସମାଜ ସମିତି ସମ୍ପାଦକ ଅବନୀ କହଁର , ଅଟୋ ଚାଳକ ସଂଘ କର୍ମକର୍ତା ପ୍ରମୂଖ ଫୁଲବାଣୀକୁ ରେଳ ସଂଯୋଗରୁ ବାଦ୍ ଦିଆଯାଇ ଥିବା ପ୍ରତିବାଦ କରି ଗଣ ଧାରଣାରେ ବସିଥିଲେ। ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରି-ଡେଲ କର୍ତ୍ତୃପକ୍ଷଙ୍କୁ ଗତ ମାସେରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ଉଦବେଗ ପ୍ରକାଶ କରିବା ସହ ଗଣଧାରଣା ଦିଆଯାଇଥିଲା। ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ ଓ ଜିଲ୍ଲା ବନ୍ଦ ଡାକରା ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ