ପାରଳା ପୋଲିସର ସଫଳତା ୫ ବାଇକ ଚୋର ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ମିଳିଛି ସଫଳତା. ପୋଲିସ ହାତରେ ଧରା ପଡ଼ିଛନ୍ତି ବାଇକ ଚୋର । ପୃଥକ ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଚୋରି ବାଇକ ଉଦ୍ଧାର କରିବା ସହ ଚୋରି କରିଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସର ହାତ ଖାଲି ପଡ଼ିଥିଲା । ଚୋରି କରିବା ପରେ ଅବାଧରେ ବିଚରଣ କରୁଥିଲେ ଚୋର। ଚୋରି ପରେ ଚୋରି କରି ସହରବାସୀଙ୍କୁ ଏକ ପ୍ରକାର ଆତଙ୍କିତ କରିଥିଲେ ଚୋର। ଏହି ଚୋର ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି । ଏମାନଙ୍କ ଠାରୁ ୨ଗୋଟି ମୋଟର ବାଇକ ଯଥା ବୁଲେଟ ଓ ୟାମାହା ବାଇକ ଉଦ୍ଧାର ହୋଇଥିବାର ଜଣାପଡିଛି. ତେବେ ବାରମ୍ବାର ଚୋରି ହେବାରେ କେତେ ରୋକ୍ ଲଗାଇବ ବୋଲି ଭରସା ଦେଇଛି ପୋଲିସ । ଦେବୀତୀ ନିକଟସ୍ଥ ମିଶ୍ର କମ୍ପ୍ଲେକ୍ସରୁ ବୁଲେଟ ଚୋରୀ ମାମଲାରେ ଧରାପଡିଥିବା ଅଭିଯୁକ୍ତ ମାନେ ହେଲେ ଯଥା, ପାରଳାଖେମୁଣ୍ଡି ସହରର ଏଲ. ଚକ୍ରବର୍ତ୍ତୀ, ଜି. ନିତିନ, ଦେବୀତୀ ଗ୍ରାମର ଏମ. ଗଣପତି ଅରଫ ଗଣେଶ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଳମ୍ ସହରର ସୁଦର୍ଶନ ଚିତ୍ରିକା ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଦେବୀତୀ ଗ୍ରାମର ଏନ. ସନ୍ତୋଷ ଫେରାର ଥିବାର ମଧ୍ୟ ଜଣାପଡିଛି । ଅନ୍ୟ ଏକ ମଙ୍ଗଳସୂତ୍ର ଚୋରୀ ମାମଲାରେ ମଧ୍ୟ ଏହି ବାଇକ ଚୋର ଗ୍ୟାଙ୍ଗ ସମପୃକ୍ତି ଥିବାର ପର୍ଦ୍ଦାଫାସ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳସୂତ୍ରଟିକୁ ଅଭିଯୁକ୍ତମାନେ ଆନ୍ଧ୍ରର ଭାଇଜାଗରେ ବିକ୍ରି କରିଥିବାର କୁହାଯାଇଛି । ସେହିପରି ୟାମାହା ମୋଟର ବାଇକ ଚୋରୀ ମାମଲାରେ ଅଭିଯୁକ୍ତକୁ ଧରିଥିବାବେଳେ ତାଠାରୁ ବାଇକ ଜବତ ମଧ୍ୟ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି ।


