ଚିଟିସାପ କାମୁଡାରେ ଜଣଙ୍କ ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଚିଟିସାପ ଦଂଶନରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଗ୍ରାମର ତେଲି ସାହିର ପ୍ରମୋଦ ସାହୁ(୫୦) ନିଜ ଘରେ ରାତିରେ ଶୋଇଥିବା ସମୟରେ ବିଶାକ୍ତ ଚିଟିସାପ ତାଙ୍କୁ କାମୁଡି ଦେଇଥିଲା । ମୃତ ପ୍ରମୋଦ ଚିତ୍କାର କରିବା ପରେ ପରିବାର ସଦସ୍ୟ ସାପ କାମୁଡି ଯିବାର ଦେଖିଥିଲେ । ଏହାପରେ ସଙ୍ଗେସଙ୍ଗେ ବାଲିଗୁଡା ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଚିକିତ୍ସାଧିନ ସମୟରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା । ହି ଖବର ପାଇବା ପରେ ବାଲିଗୁଡା ପୋଲିସ ଚିକିତ୍ସାଳୟରେ ପହଁଚି ଏହି ଘଟଣାକୁ ନେଇ ଏକ କେଶ ନମ୍ବରରେ ୯/୨୩ରେ ରୁଜୁ କରି ତଦନ୍ତ କରିଛନ୍ତି ବୋଲି ସୁଚନା ଦେଇଛନ୍ତି ଆଇଆଇସି ବାବା ଶଙ୍କର ସରାଫ ।


