ପାରଳା ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ୟୁ.ଟେକ. କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ଠାରେ ପ୍ରଗତି ମହିଳା ଅନୁଷ୍ଠାନ ପାରଳାଖେମଣ୍ଡି, ଆନୁକୂଲ୍ୟରେ ସଭା/ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମହିଳା ଓ ଝିଅ ମାନଂକ ଦ୍ଵାରା ରଜ ଦୋଳି ପ୍ରତିଯୋଗିତା,ରଜ କୁଇଁନ୍, ତର୍କ, ଝୋଟି,ନୃତ୍ୟ, ଗୀତ, ପରିବେଷଣ ଏଵଂ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତlଙ୍କ ସାମଗ୍ରୀକ ପରିଚାଳନା ଦ୍ଵାରା ଉକ୍ତ ଉତ୍ସବତିରେ ମୁଖ୍ୟ ଅତିଥି ଶ୍ରୀ ହନୁ ସେଠୀ, ଅଧ୍ୟକ୍ଷ ଉପ କାରାଗାର ପାରଳାଖେମୁଣ୍ଡି, ମୁଖ୍ୟ ବକ୍ତା ଶ୍ରୀ ମନୋଜ୍ ପଟନାୟକ, ଅଧ୍ୟକ୍ଷ ବିନୋଦିନୀ କନିଷ୍ଠ ବିଦ୍ୟାଳୟ, ପଦ୍ମପୁର, ବିଶିଷ୍ଟ ଅତିଥି ହରୀମୋହନ ପଟ୍ଟନାୟକ ଯୋଗଦେଇ ରଜ ଉତ୍ସବର ପାଳନ ବିଧି ସମ୍ପର୍କରେ କହିଥିଲେ। ସମ୍ପାଦିକା ତନୁଜା ଶତପଥୀ, ସଂଯୋଜକ ଲୋକନାଥ ମିଶ୍ର, ସଭାନେତ୍ରୀ କଳ୍ପନା ପଟ୍ଟନାୟକ ,ଅତିଥି ଅଧ୍ୟାପକ ସୌଦାଗର ସିଅ,ପଣ୍ଡିତ ନରସିଂହ ଗୌଡ ,ଭାଗବତ ପାଢ଼ୀ ,ସ୍ନେହା ବେହେରା, ଅଞ୍ଜନା ପଟ୍ଟନାୟକ ,ମୁରଲୀଧର ପରିଚ୍ଛା ଯୋଗଦାନ କରି ରଜ ଉତ୍ସବ ସମ୍ପର୍କରେ କହିଥିଲେ। ତର୍କ, ଝୋଟି ,ନୃତ୍ୟ, ରଜ କୁଇଁନ ପ୍ରଭୃତି ପ୍ରତି ଯୋଗିତାର ବିଜୟୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସବିତା ପଣ୍ଡିତ ଧନ୍ୟବାଦ୍ ମଧ୍ୟ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ