ପାରଳା ବିଧାୟକଙ୍କୁ ଭିନ୍ନକ୍ଷମଙ୍କ ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ମାସିକ ପେନ୍ସନ୍ ବୃଦ୍ଧି ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ଗଜପତି ଜିଲ୍ଲା ଶାରୀରିକ ଭିନ୍ନକ୍ଷମମାନେ ଭୁବନେଶ୍ୱର ଠାର ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କୁ ସକ୍ଷାତ କରି ଭିନ୍ନକ୍ଷମମାନେ ଏକ ଅନିରୋଧ ପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପିଏମଏୱାଇ ଯୋଜନାରେ ଘର ବଣ୍ଟନ କରୁନାହାଁନ୍ତି | ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପାଇଁ ଗଜପତି ଜିଲ୍ଲାର ଶାରୀରିକ ଅକ୍ଷମମାନେ ଭୁବନେଶ୍ୱର ଗସ୍ତ କରି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କୁ ଅନୁରୋଧ କରି ଛନ୍ତି।ବିଧାୟକ ଶ୍ରୀ ରାଓ ଭିନ୍ନକ୍ଷମମାନଙ୍କ ମଙ୍ଗଳ ସକାଶେ ନିଶ୍ଚିତ ଭାବେ ବିଧାନସଭାରେ ଆବଶ୍ୟକ ପ୍ରଶ୍ନ ଦ୍ୱାରା ସରକାରଙ୍କ ଦୃଷ୍ଟି ଆକାଶ୍ରଣ କରିବି ବୋଲି ଭିନ୍ନକ୍ଷମମାନଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି.