ପାରଳା ମୁନିସିପାଲିଟିର ବିଭିନ୍ନ ଦୃନୀତି ଓ ବେନିୟମ କାର୍ଯ୍ୟର ତଦନ୍ତ ପାଇଁ ଗଜପତି କଂଗ୍ରେସର ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମୁନିସିପାଲିଟି ଓଡିଶାର ପୁରାତନ ମୁନିସିପାଲିଟି ଅଟେ. ହେଲେ ମୁନିସିପାଲିଟିର ବିଭିନ୍ନ ଉନ୍ନୟନ ନାମରେ ବହୁ ଦୁର୍ନୀତି ତଥା ବେନିୟମ କାର୍ଯ୍ୟ କରାଯାଇଛି ବୋଲି ଗଜପତି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି. ଏଥିନେଇ ୧୧ ଦଫା ଦୁର୍ନୀତି ଓ ବେନିୟମ କାର୍ଯ୍ୟର ଅଭିଯୋଗ କରାଯାଇ ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି. ଏହାର ନକଲ ନିର୍ଦେଶକ ଗୃହ ବିଭାଗ ଭିଜିଲାନ୍ସ ଏସପି ବରହମ୍ପୁର, ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି. ଗଜପତି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ନେତା ବସନ୍ତ ପଣ୍ଡା, ସଂଗ୍ରାମ ସାହୁ, ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ କହିଛନ୍ତି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇ ୧୧ ଦଫା ବେନିୟମ କାର୍ଯ୍ୟ ବିରୋଧରେ ତୁରନ୍ତ ଭିଜିଲାନ୍ସ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ କରାଯାଉ. କୌଣସି ପକ୍ଷେ ତୁରନ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ନ ଗଲେ କଂଗ୍ରେସ ଦଳ ଆନ୍ଦୋଳନ କରିବା ସହ ଗଜପତି ଜିଲ୍ଲାପାଳ ଓ ପାରଳା ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଘେରାଉ କରାଯିବ.


